ଆସିକାରେ ଆରମ୍ଭ ହେଲା ସ୍ୱଗଣନା କାର୍ଯ୍ୟ

ଆସିକା  (ୱାଇଏନ୍‍ଏସ୍‍) : ଜନଗଣନା-୨୦୨୭ ଅନ୍ତର୍ଗତ ପ୍ରଥମ ପର୍ଯ୍ୟାୟ ସ୍ୱଗଣନା ଆସିକାରେ ଡିଜିଟାଲ୍‍ ଜରିଆରେ ଆରମ୍ଭ ହୋଇଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଗଣନାକାରୀମାନେ ଘରକୁ ଘର ବୁଲି ଏହି ପ୍ରକ୍ରିୟା ଆରମ୍ଭ କରିବେ ବୋଲି ଜଣାପଡିଛି । ଜନଗଣନା କାର୍ଯ୍ୟର ଚାର୍ଜ ଅଫିସର୍‍ ତଥା ଆସିକା ତହସିଲଦାର ସଙ୍ଗୀତା ସେଣ ଏବଂ ଅତିରିକ୍ତ ଚାର୍ଜ ଅଫିସର ତଥା ଅତିରିକ୍ତ ତହସିଲଦାର ଅମରେଶ୍‍ ସାବତଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆସିକା ରାଜସ୍ୱ ବିଭାଗର କର୍ମଚାରୀ ସୁନିଲ୍‍ କୁମାର ମହାରଣା, ତୋଫାନ୍‍ କୁମାର ଗୌଡ, ସୁନିତା କୁମାରୀ ପାତ୍ର, କେ.ଲିଲୁ, ଆଶୁତୋଷ ମହାରଣା, ଜଗଦିଶ୍‍ ନାୟକ, ସନ୍ତୋଷ କୁମାର ପ୍ରଧାନ, ଦୀପକ କୁମାର ଗୌଡ, ସୁମନ ବିଷୋୟୀ, ଅଭିଜିତ୍‍ ପାଣିଗ୍ରାହୀ, ଧିରେନ୍‍ କୁମାର ପଣ୍ଡା, ଏମ୍‍.ଏରେନା ପାତ୍ର, ମହେଶ୍‍ ନାୟକ, ସୁଶାନ୍ତ ବେହେରା, ରବିନ୍ଦ୍ରନାଥ ଗୌଡ, ରାଜେଶ୍‍ ସାହୁ, ନାରାୟଣ ଦାଶ, ଚନ୍ଦନ ରଥ, ଚନ୍ଦନ ସାହୁ, ଶ୍ରୀଧର ଭୋଇ, ଜଗନ୍ନାଥ ସାହୁ, ଅଶୋକ କୁମାର ରଥ, ସୁନିଲ୍‍ କୁମାର ଗୌଡ, ବିଷ୍ଣୁପ୍ରିୟା ରାଉତ, ପ୍ରଫୁଲ କୁମାର ଭୂୟାଁ, ରଘୁନାଥ ପ୍ରଧାନ, ସସ୍ମିତା କୁମାରୀ ବିଶ୍ୱାଳ, ଅରୁଣାରାଣୀ ଆଚାରୀ, ନିକିତା ମହାନ୍ତି, ରାଧାରାଣୀ ପାତ୍ର, ସ୍ୱରାଜ୍ୟ ଗୌଡଙ୍କ ସମେତ ଅନ୍ୟ କର୍ମଚାରୀମାନେ ଡିଜିଟାଲ୍‍ ମାଧ୍ୟମରେ ନିଜ ନିଜର ସମସ୍ତ ତଥ୍ୟ ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା । ଆଗାମୀ ଦିନରେ ଗୃହତାଲିକା ଗଣନା ଏପ୍ରିଲ ୧୬ରୁ ଆରମ୍ଭ ହୋଇ ମେ ମାସ ୧୫ ତାରିଖରେ ଶେଷ ହେବ ବୋଲି ଜଣାପଡିଛି । ମୁଖ୍ୟତଃ ୩୩ଟି ପ୍ରଶ୍ନର ତଥ୍ୟ ଏହି ସ୍ୱଗଣନାରେ ସଂଗ୍ରହ କରାଯାଉଥିବା ଜଣାପଡିଛି । ଆସିକା ରାଜସ୍ୱ ବିଭାଗର କର୍ମଚାରୀମାନେ ମୋବାଇଲ୍‍ ମାଧ୍ୟମରେ ୩୩ଟି ପ୍ରଶ୍ନର ସଠିକ୍‍ ଉତ୍ତର ରଖିଥିବା ଦେଖିବାକୁ ମିଳିଥିଲା । ସ୍ୱଗଣନା ପୋର୍ଟାଲ୍‍ ଜରିଆରେ ନାଗରିକମାନେ ସେମାନଙ୍କର ନିଜସ୍ୱ ସୂଚନା ଦାଖଲ କରିବାର ସୁଯୋଗ ରହିଥିବା ବେଳେ ଏହି ସ୍ୱଗଣନା କାର୍ଯ୍ୟକ୍ରମ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ଏହି ସ୍ୱଗଣନା କାର୍ଯ୍ୟକ୍ରମରେ ଜନସାଧାରଣ ସାମିଲ୍‍ ହୋଇ ସଠିକ୍‍ ତଥ୍ୟ ଦେବାକୁ ଚାର୍ଜ ଅଫିସର ତଥା ଆସିକା ତହସିଲଦାର ସଙ୍ଗୀତା ସେଣ ଏବଂ ଅତିରିକ୍ତ ଚାର୍ଜ ଅଫିସର ତଥା ଅତିରିକ୍ତ ତହସିଲଦାର ଅମରେଶ୍‍ ସାବତ ପରାମର୍ଶ ଦେଇଥିବା ଜଣାପଡିଛି । ଆସିକା ବ୍ଳକ ଓ ଏନ୍‍ଏସି ପରିସରଭୁକ୍ତ ଅଞ୍ଚଳରେ ଏହି ଗଣନା କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଲାଗି ୫୩ ଜଣ ସୁପରଭାଇଜର ଓ ୩୨୮ ଜଣ ଗଣନାକାରୀ ନିୟୋଜିତ ଥିବା ଜଣାପଡିଛି । ଏହି ସ୍ୱଗଣନା କାର୍ଯ୍ୟକ୍ରମ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଗୃହକର୍ତ୍ତାମାନେ ନିଜର ଗୃହ ବିବରଣୀ ନିଜ ମୋବାଇଲ୍‍ରେ ଦାଖଲ କରିପାରିବେ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ