ଆସିକାରେ ସରିଲା ମାଟ୍ରିକ ପରୀକ୍ଷା ଉତ୍ତରଖାତା ମୂଲ୍ୟାୟନ

ଆସିକା  (ୱାଇଏନ୍‍ଏସ୍‍): ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ-୨୦୨୬ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‍ ପରୀକ୍ଷା ଗତ ଫେବୃୟାରୀ ମାସ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ମାସ ୨ ତାରିଖରେ ଶୃଙ୍ଖଳିତ ଭାବେ ଶେଷ ହୋଇଥିଲା । ମାଧ୍ୟମିକ ଶିକ୍ଷା ପରିଷଦର ପରାମର୍ଶକ୍ରମେ ସ୍ଥାନୀୟ ପିଏମ୍‍ଶ୍ରୀ ହରିହର ହାଇସ୍କୁଲ ମୂଲ୍ୟାୟନ କେନ୍ଦ୍ରରେ ଗତ ମାର୍ଚ୍ଚ ମାସ ୧୯ ତାରିଖ ଠାରୁ ଆରମ୍ଭ ହୋଇଥିବା ମାଟ୍ରିକ ସବ୍‍ଜେକ୍ଟିଭ୍‍ ଉତ୍ତର ଖାତା ଦେଖା ଗୁରବାର ଶେଷ ହୋଇଯାଇଛି । ଆସିକା ପିଏମ୍‍ଶ୍ରୀ ହରିହର ହାଇସ୍କୁଲର ପ୍ରଧାନଶିକ୍ଷକ ତଥା ମୂଲ୍ୟାୟନ କେନ୍ଦ୍ରର ଅଧୀକ୍ଷକ ରମାକାନ୍ତ ମହାନ୍ତି ଓ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଯୁକ୍ତି ପାଇଥିବା କ୍ୟାମ୍ପ ଅଫିସର ମଦନ ମୋହନ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସାହିତ୍ୟ, ଇଂରାଜୀ, ସଂସ୍କୃତ/ହିନ୍ଦୀ, ସାଧାରଣ ବିଜ୍ଞାନ, ସାମାଜିକ ବିଜ୍ଞାନ, ଗଣିତ ପାଠ୍ୟକ୍ରମର ସବ୍‍ଜେକ୍ଟିଭ୍‍ ଉତ୍ତର ଖାତା ମୂଲ୍ୟାୟନ ପାଇଁ ପ୍ରାୟ ୨ ଶହରୁ ଉର୍ଦ୍ଧ୍ୱ ଶିକ୍ଷକ ନିୟୋଜିତ ରହି ନିଜ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୂ ରୂପେ ସଂପାଦନ କରିଥିବା ଦେଖିବାକୁ ମିଳିଛି । ମୂଲ୍ୟାୟନ ବ୍ୟବସ୍ଥାରେ ସ୍ୱଚ୍ଛତା ରଖିବା ପାଇଁ ପ୍ରତିଦିନ ଶିକ୍ଷକମାନେ ଖାତା ଦେଖିସାରିବା ପରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରଦାନ କରାଯାଇଥିବା ଲିଙ୍କ୍‍ରେ ପରୀକ୍ଷାର୍ଥୀମାନଙ୍କ ମାର୍କ ଅପ୍‍ଲୋଡ୍‍ କରାଯାଉଥିଲା । ଆସନ୍ତା ମେ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବାର ସମ୍ଭାବନା ରହିଥିବା ଜଣାପଡିଛି । ଆସିକା ପିଏମ୍‍ଶ୍ରୀ ହରିହର ହାଇସ୍କୁଲ ମୂଲ୍ୟାୟନ କେନ୍ଦ୍ରରେ ଗତ ୧୯ ତାରିଖ ଠାରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଖାତା ଦେଖିିବା କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ରମାକାନ୍ତ ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସହକାରୀ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡା, ଶୁଭେନ୍ଦୁ କୁମାର ମିଶ୍ର, ବଟକୃଷ୍ଣ ଗୌଡ, ଅଜିତ୍‍ କୁମାର ରଣା, ରଜନୀରାଣୀ ଦାଶ, ମମତା କୁମାରୀ ଭଂଜ, ଅର୍ଚ୍ଚନା ପାଢୀ, ପ୍ରଶାନ୍ତ କୁମାର ନାୟକ, ସବିତା ତ୍ରିପାଠୀ, ଗାୟତ୍ରୀ ପାତ୍ର, ଜୁଲି ରଥ, ଚନ୍ଦ୍ରିକା ସୁନା, ନର୍ମଦା ସ୍ୱାଇଁ, ରଂଜିତ୍‍ କୁମାର ପ୍ରଧାନ, ରଶ୍ମିତା କୁମାରୀ ମିଶ୍ର, ହାଇସ୍କୁଲର କର୍ମଚାରୀ ଅଶୋକ କୁମାର ଗୌଡ, ଗଣେଶ ପଟ୍ଟନାୟକ, ଶୈଳେନ୍ଦ୍ରୀ ସେଠୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । ଆସିକା ପିଏମ୍‍ଶ୍ରୀ ହରିହର ହାଇସ୍କୁଲର ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ରକୁ ବିଭିନ୍ନ ଦିବସରେ ଜିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡଃ ପ୍ରଭାତୀ ମହାପାତ୍ର ଓ ଏସ୍‍.ଧନଞ୍ଜୟଙ୍କ ସମେତ ବହୁ ପଦାଧିକାରୀ ପରିଦର୍ଶନ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ