ଭାରତୀୟ ଜ୍ଞାନ ପରମ୍ପରା ସଂପର୍କିତ ଆଲୋଚନା ଚକ୍ର
ଆସିକା(ୱାଇଏନ୍ଏସ୍) :ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଏବଂ ଶ୍ରୀ ସତ୍ୟସାଇ ସେବା ସଂଗଠନ ଓଡିଶାର ମିଳିତ ସହଯୋଗରେ ଭାରତୀୟ ଜ୍ଞାନ ପରମ୍ପରା ବିଷୟବସ୍ତୁକୁ ଆଧାର କରି ବୈଦିକ ସଂସ୍କୃତି ଏବଂ ଆଧ୍ୟାତ୍ମିକତା ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ସଂଯୋଜିକା ଅଧ୍ୟାପିକା ଡଃ ଜୟପ୍ରଦା ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ଆଲୋଚନାଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସରୋଜ କୁମାର ଜେନା ସଭାପତିତ୍ୱ କରିଥିଲା ବେଳେ ମୁଖ୍ୟ ଅତିଥି ରୂପେ ସତ୍ୟସାଇ ସେବା ସଂଗଠନ ଓଡିଶାର ରାଜ୍ୟ ପ୍ରଜ୍ଞା ପ୍ରଦର୍ଶନୀ ନିର୍ବାହକ ଇଂ ସଚ୍ଚିଦାନନ୍ଦ ନାୟକ ଏବଂ ରାଜ୍ୟ ବେଦ ନିର୍ବାହକ ଡଃ ବିଭୁଦତ୍ତ ପାତ୍ର, ଜାତୀୟ ବେଦ ପ୍ରଶିକ୍ଷକ ଶ୍ରୀକାନ୍ତ କୁମାର ସାହୁ, ପ୍ରାଧ୍ୟାପକ ସୁନିଲ୍ କୁମାର ରଥ, ଶିକ୍ଷାନୁଷ୍ଠାନର ଦର୍ଶନଶାସ୍ତ୍ରର ମୁଖ୍ୟ ଅଧ୍ୟାପକ ଡଃ କେ.ଓମ୍.ନାରାୟଣ ରାଓ ପ୍ରମୁଖ ଯୋଗଦେଇ ବେଦମନ୍ତ୍ରର ପ୍ରାସଙ୍ଗିକତା ସହ ଦୈନନ୍ଦିନ ଜୀବନରେ ବେଦ ଓ ଉପନିଷଦ ପାଠ ଉପରେ କିପରି ଜୀବନ ପରିବର୍ତ୍ତନ ହୋଇପାରେ ଏବଂ ଶାନ୍ତି ମିଳିପାରେ ଓ ବେଦମନ୍ତ୍ରର ବାସ୍ତବ ଜୀବନରେ ଉପଯୋଗିତା ସଂପର୍କରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ମାର୍ଗଦର୍ଶନ କରିଥିଲେ । ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସରୋଜ କୁମାର ଜେନା ନିଜ ଅଭିଭାଷଣରେ କହିଲେ ଯେ ମାନସିକ ଶାନ୍ତି ଓ ଏକାଗ୍ରତା ବୃଦ୍ଧି ପାଇଁ ଦୈନନ୍ଦିନ ଜୀବନରେ ଯୋଗ ଓ ପ୍ରାଣାୟାମ ଅଭ୍ୟାସ କରିବା ସାଙ୍ଗକୁ ସାରଳା ମହାଭାରତ, ଜଗନ୍ନାଥ ଦାସଙ୍କ ଭାଗବତ ଏବଂ ଓଡିଆ ପୁରାଣ ପଠନ କରି ପାରମ୍ପରିକ ଜ୍ଞାନ ସଂପର୍କରେ ବୁଝିବା ସହ ନୈତିକତା ଓ ମୂଲ୍ୟବୋଧକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଥିଲା । ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ ଅନୁଷ୍ଠିତ ଭାରତୀୟ ଜ୍ଞାନ ପରମ୍ପରା ଆଲୋଚନାଚକ୍ରରେ ଅନ୍ୟମାନଙ୍କ ଶିକ୍ଷାନୁଷ୍ଠାନର ଅଧ୍ୟାପିକା ଡଃ ଲୋପାମୁଦ୍ରା ମହାପାତ୍ର, ଯଶଶ୍ରୀ ମଲିକ, ପିଙ୍କୁ କୁମାର ସାହୁ, ଗିରିଜା ଆପଟ, ରଶ୍ମି ରଂଜିତା ଲେଙ୍କା, ପୂଜା ବିଷୋୟୀ, ସମିତା ପ୍ରଧାନ, ସାହିନ୍ ନାଜିର୍, ସୁମିତ୍ରା ସ୍ୱାଇଁ, ଶିବାନୀ ପାଳ, ସନାତନ ପ୍ରଧାନ, ଚାନ୍ଦିନୀ ସେଠୀ, ଭାରତୀ ପ୍ରଧାନ, ଶ୍ରୀବାସ ପାତ୍ର, ବିଚିତ୍ର ମୋହନ ଦାସଙ୍କ ସମେତ ଛାତ୍ରୀମାନେ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।


