ଜନଗଣନା ୨୦୨୭ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ମୁନିଗୁଡ଼ା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଜନଗଣନା ୨୦୨୭ ପାଇଁ ଜନଗଣନା ଓ ନିରୀକ୍ଷକ ମାନଙ୍କୁ ସ୍ଵତନ୍ତ୍ର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁନିଗୁଡ଼ା ତହସିଲଦାର ସୁଶ୍ରୀ ଏମ.ଅନୁରାଧାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିର ଗତ ମାର୍ଚ୍ଚ ୧୯ ତାରିଖରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ  ମୁନିଗୁଡାରେ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୬ ତାରିଖରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ଗୃହତାଲିକା ଓ ଗୃହ ଗଣନା ସହିତ ଘରର ଆସବାବ ପତ୍ରର ତଥ୍ୟ ନିଆଯିବ। ଏହାପରେ ୨୦୨୭ ଫେବୃଆରି ମାସରେ ଜନଗଣନା କରାଯିବ। ଏହି ତାଲିମ କାର୍ଯକ୍ରମକୁ ମୁନିଗୁଡା ତହସିଲ ଦାର ଏମ. ଅନୁରାଧା ଓ ଅତିରିକ୍ତ ତହସିଲଦାର ବ୍ରଜଗୋପାଳ ଦାସ ଉପସ୍ଥିତ ରହି ସଫଳତାର ସହ ଦାୟିତ୍ୱ ସମ୍ପାଦନ କରିଥିଲେ। କ୍ଷେତ୍ର ତାଲିମଦାତା ଭାବେ ଅଭିଜ୍ଞ ଶିକ୍ଷକ କାଳନ୍ଦୀ ଚରଣ ନାୟକ ଓ ସିଆରସିସି ସୁରେଶ କୁମାର ପଟ୍ଟନାୟକ,ଗୌରୀ ମିସାଲ,ବିଜୟ କୁମାର ଗମାଙ୍ଗ ପ୍ରମୁଖ ତିନୋଟି ପର୍ଯ୍ୟାୟରେ ପାଞ୍ଚଟି ବ୍ୟାଚରେ ତାଲିମ ପ୍ରଦାନ କରିଥିଲେ। ଏହି ତାଲିମ କାର୍ଯକ୍ରମ ଆଜି ଶେଷ ହୋଇଥିବା ତାଲିମଦାତା ଶିକ୍ଷକ କାଳନ୍ଦୀ ଚରଣ ନାୟକ ପ୍ରକାଶ କରିଥିଲେ। ଏଥିରେ ମୋଟ ୨୧୪ ଜଣ ଶିକ୍ଷକ ଏନିମୁରେଟର ଓ ସୁପରଭାଇଜର ଭାବେ ତାଲିମ ନେଇଛନ୍ତି। ତାଲିମ ପାଇସାରିଲା ପରେ ପ୍ରଶିକ୍ଷିତ ଶିକ୍ଷକ ମାନେ ଏହି ଜନଗଣନା କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରି ପାରିବେ ବୋଲି ଜଣାପଡିଛି। ଚାର୍ଜ ଅଫିସର ତହସିଲଦାର ଏମ.ଅନୁରାଧା ଓ ଅତିରିକ୍ତ ତହସିଲଦାର ବ୍ରଜ ଗୋପାଳ ଦାସ ଏହି ଜାତୀୟ କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପାଦନ କରିଥିବା ବେଳେ କାର୍ଯ୍ୟକ୍ରମରେ ନିୟୋଜିତ ସମସ୍ତ କର୍ମ ଚାରୀଙ୍କୁ ସହଯୋଗ ପାଇଁ ଧନ୍ୟବାଦ୍ ଜଣାଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ