ସାମାନ୍ୟ ବର୍ଷା ଜଳରେ ଭାସୁଛି ଗାଁ ଦାଣ୍ଡ: ଶୁଣୁନି ପ୍ରଶାସନ

କାକଟପୁର /ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ ):-ଗାଁ ଦାଣ୍ଡରେ ଦେଢ଼ ଫୁଟ ବର୍ଷା ପାଣି। ଘରୁ ବାହାରିବା ବିପଦ ପୂର୍ଣ୍ଣ ହୋଇପଡିଛି। ନିଷ୍କାସନ ବ୍ୟବସ୍ତା ନଥିବାରୁ ବର୍ଷା ଜଳ ଜମି ରହିଛି। ଏଭଳି ଦୂରାବସ୍ଥା ଦେଖାଯାଇଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଝାଡ଼ଲିଙ୍ଗ ପଂଚାୟତ ୩ ନଂ ୱାର୍ଡରେ। ଗୁରୁବାର ଅପରାହ୍ନରେ ଲଘୁଚାପ ଜନିତ ବର୍ଷା ମୁଷଳ ଧାରାରେ ବର୍ଷା ହେବା ଯୋଗୁଁ ଜଳାର୍ଣ୍ଣବ ହୋଇଯାଇଥିଲା ଗାଁ ଦାଣ୍ଡ ଓ ସାହି। ବର୍ଷା ଛାଡିବା ପରେ ଲୋକ ମାନେ ଦୈନଦିନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଆଣିବା ପାଇଁ ବଜାର କୁ ଗଲାବେଳେ ଘୋର ଅସୁବିଧାର ସମ୍ମୁଖୀନ ହୋଇ ବର୍ଷା ଜଳରେ ପଶି କରି ରାତ୍ରିରେ ଯାଆ ଆସ କରିବାକୁ ବାଧ୍ୟ ହେଉଛନ୍ତି। ଖବର ରୁ ପ୍ରକାଶ ଯେ ଝାଡ଼ଲିଙ୍ଗ ନିକଟରେ ନଦୀ ବନ୍ଦ ପାର୍ଶ୍ୱ ରେ ଏକ ସେତୁ ନିର୍ମାଣ ହେବାରୁ ଗାଁ ର ବର୍ଷା ଜଳ ନଦୀକୁ ନିଷ୍କାସନ ହୋଇପାରୁନାହିଁ। ଯାହା ଫଳରେ ବର୍ଷା ଜଳ ନିଷ୍କାସନ ନହୋଇ ପାରି ଜମି ରହିବା ଯୋଗୁଁ ସମସ୍ୟା ଦେଖା ଦେଇଛି। ଯାହାକି ଅନେକ ଲୋକଙ୍କ ଘର ଭିତରେ ପାଣି ପଶିବା ସହ ଲୋକ ମାନେ ପାଣି ଭିତରେ ଦେଢ଼ ଫୁଟ ଉଚ୍ଚର ପାଣିରେ ଯାତାୟାତ କରୁଛନ୍ତି। ଆଗାମୀ ଦିନରେ ବର୍ଷା ଋତୁ ବେଳେ ସାହିର ଲୋକ ମାନେ ଜଳ ଘେରି ରହିବାର ସମ୍ଭାବନା ଏଡାଇ ଦିଆଯାଇ ନ ପାରେ ବୋଲି ଏବେ ଠୁ ଗାଁ ଲୋକ କହିଲେଣି। ଏ ନେଇ ସ୍ଥାନୀୟ ବାସିନ୍ଧା ପ୍ରଭାତୀ ବାରିକ କହିଛନ୍ତି ସମସ୍ୟା ସମ୍ପର୍କ ରେ ଅସ୍ତରଙ୍ଗ ବିଡ଼ିଓ ଙ୍କୁ ଅବଗତ କରାଇଥିଲୁ କିନ୍ତୁ ସାଧାରଣ ଜନତା ସମସ୍ୟା କୁ କର୍ଣ୍ଣପାତ କରୁନାହାନ୍ତି ବିଡ଼ିଓ। ଦୀର୍ଘ ଦିନ ଧରି ପାଣି ଘେରରେ ରହୁଥିବା ଝାଡ଼ଲିଙ୍ଗ ବାସୀଙ୍କ ଦୁଃଖ ସତରେ କେବେ ଦୂର ହେବ ତାହା କେବଳ ସମୟ କହିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ