ମା ରତ୍ନମାଳୀ ହାଇସ୍କୁଲରେ ଆସ ବହିଟିଏ କିଣିବା ଅଭିଯାନ

ଆସିକା (ୱାଇଏନ୍‍ଏସ୍‍) : ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗତ ୧ ତାରିଖ ଠାରୁ ଓଡିଆ ପକ୍ଷ ୨୦୨୬ ଆରମ୍ଭ ହୋଇସାରିଛି । ଏହି ଓଡିଆ ପକ୍ଷ ପାଳନର ନବମ ଦିବସରେ ଭାଷାକୁ ଜାଣିବା, ଭାଷାରେ ଲେଖିବା ବହି ପଢି ଆମେ ଜ୍ଞାନ ବଢାଇବା ବିଷୟବସ୍ତୁକୁ ଆଧାର କରି ଆସ ବହିଟିଏ କିଣିବା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଆସିକା ବ୍ଳକ ଅନ୍ତର୍ଗତ ହରିଡାପଦର ଗ୍ରାମ ପଞ୍ଚାୟତର ମଣ୍ଟାପଡା ଗ୍ରାମରେ ଥିବା ମା ରତ୍ନମାଳୀ ହାଇସ୍କୁଲରେ ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ତାରା ପ୍ରସାଦ ମିଶ୍ର, ସହକାରୀ ଶିକ୍ଷକ ବି.ଚନ୍ଦ୍ରଶେଖର ରେଡି, ରଶ୍ମିତା ମହାପାତ୍ର, ଗୋବିନ୍ଦ ପରିଡା, ଶଶୀଭୂଷଣ ସାହୁ, ପାଣ୍ଡବେଶ୍ୱର ଜେନା, ପାଣ୍ଡବ ଗୌଡ ପ୍ରମୁଖ ଯୋଗଦେଇ ଆସ ବହିଟିଏ କିଣିବା ଅଭିଯାନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ଓଡିଆ ଭାଷା, ସାହିତ୍ୟ ଏବଂ ପଠନ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଆହ୍ୱାନ କରିଥିବା ଲକ୍ଷ୍ୟ କରାଯାଇଥିଲା । ମା ରତ୍ନମାଳୀ ହାଇସ୍କୁଲ ପରିସରରେ ଅନୁଷ୍ଠିତ ଆସ ବହିଟିଏ କିଣିବା ଅଭିଯାନ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଦଶମ ଶ୍ରେଣୀର ବିଦ୍ୟାର୍ଥୀ ଶ୍ରାବଣୀ ମାହୁନ୍ତ, ପ୍ରତିମା ଖଟେଇ, ବର୍ଷା ପାଣିଗ୍ରାହୀ, ସୋନମ୍‍ ବେହେରା, ଶ୍ରୀୟା ପ୍ରଧାନ ପ୍ରମୁଖ ଯୋଗଦେଇ ଓଡିଶାର ସାହିତ୍ୟ ଓ ସଂସ୍କୃତିକୁ ଅଧିକରୁ ଅଧିକ ରୁଦ୍ଧିମନ୍ତ ଓ ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଓଡିଆ ପକ୍ଷ କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ଏକ ଯୁଗାନ୍ତକାରୀ ପ୍ରୟାସ ବୋଲି ମତବ୍ୟକ୍ତ କରିଥିଲେ । ମା ରତ୍ନମାଳୀ ହାଇସ୍କୁଲରେ ଅନୁଷ୍ଠିତ ହୋଇଥିବା ଆସ ବହିଟିଏ କିଣିବା କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର କର୍ମଚାରୀ ମହନ୍ତର ସାହୁ, ବୁଲୁ ସେଠୀ, ଶନି ଜେନା ପ୍ରମୁଖ ସହଯୋଗ କରିଥିଲା ବେଳେ ବହୁ ବିଦ୍ୟାର୍ଥୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ