ଗଞ୍ଜେଇ ସମେତ ଚୋରାମଦ ଜବତ, ୯ଗିରଫ

କେନ୍ଦ୍ରାପଡ଼ା,(ଓ୍ବାଇଏନଏସ):କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ, ରାଜକନିକା, କେନ୍ଦ୍ରାପଡ଼ା ଟାଉନ, ପାଟକୁରା ଓ ଜମ୍ବୁ ସାମୁଦ୍ରିକ ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ କଷୋଟି ବାଲି ଗ୍ରାମର ହାପି ବେହେରା(୩୫)ଙ୍କ ଠାରୁ ୯୦୦ ଗ୍ରାମ ଗଞ୍ଜା ସମେତ ୩୫ ବୋତଲ କଫ ସିରପ, ଓଳାଭର ଗ୍ରାମର ରମେଶ ଚନ୍ଦ୍ର ସାହୁ( ୩୭)ଙ୍କ ଠାରୁ ୩୮ ଲିଟର ବିଦେଶୀ ମଦ, ବ୍ରୁନ୍ଦିଆ ଗ୍ରାମର ରଶ୍ମୀରାଣୀ ବେହେରା(୪୮)ଙ୍କ ଠାରୁ ୧୯ ଲିଟର ଦେଶୀ ମଦ, ଗଜରାଜପୁର ଗ୍ରାମର ଉପେନ୍ଦ୍ର ମଳିକ(୪୧)ଙ୍କ ଠାରୁ ୩୧ ଲିଟର ବିଦେଶୀ ମଦ, ସାନ୍ତଶାହି ଗ୍ରାମର ସନ୍ଦୀପ ସୁବ୍ରମନୀୟମ(୨୪)ଙ୍କ ଠାରୁ ୧୫୦୦ ଲିଟର ଗୁଡ ପୋଚ, ମାଣିକପୁର ଗ୍ରାମର ସୀମା ଜେନା(୩୦)ଙ୍କ ଠାରୁ ୧୫ ଲିଟର ବିଦେଶୀ ମଦ, ନୂଆପଡ଼ା ଗ୍ରାମର ଶରତ ବେହେରା(୬୨)ଙ୍କ ଠାରୁ ୨୫ ଲିଟର ଦେଶୀ ମଦ, ପ୍ରଭାକରପୁର ଗ୍ରାମର ନାଥ ଖିଲର(୩୦)ଙ୍କ ଠାରୁ ୨୦ ଲିଟର ଦେଶୀ ରନ୍ଧା ମଦ ଏବଂ ରବି ଖିଲାର(୪୨)ଙ୍କ ଠାରୁ ୨୨ ଲିଟର ବିଦେଶୀ ଚୋରା ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାକ୍ଷରୁ ସମୁଦାୟ ୯୦୦ ଗ୍ରାମ ସମେତ ୧୬୭୦ ଲିଟର ବିଦେଶୀ, ଦେଶୀ, ଗୁଡ ପୋଚ, ଦେଶୀ ରନ୍ଧା ଚୋରାମଦ ଓ ୩୫ ବୋତଲ କଫ ସିରପ ଜବତ କରାଯାଇ ୯ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପନିରୀକ୍ଷକ ପ୍ରିୟଦର୍ଶି ମାନସରଞ୍ଜନ ମିଶ୍ର, କଳ୍ପନା ରାଉତ, ସୁଶ୍ରୀ ଋତୁପ୍ରଭା ସ୍ୱାଇଁଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ