ସୁରକ୍ଷିତ ନାରୀ ସମୃଦ୍ଧ ସମାଜ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ ରାମଗିରି ଗ୍ରାମପଞ୍ଚାୟତ ସ୍ଥିତ ମହେନ୍ଦ୍ରଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରା. ଉଦୟଗିରି ଉପଖଣ୍ଡ ଆରୋକ୍ଷୀ ଅଧିକ୍ଷକ IPS ରାକେଶ କୁମାର ସାହୁଙ୍କ ନିଆରା ପ୍ରୟାସ ଦେଖିବାକୁ ମିଳିଛି l ସମାଜରେ ମହିଳା ଓ ଯୁବତୀ ମାନଙ୍କୁ ମାନସିକ ଓ ଶାରୀରିକ ସ୍ତରରେ ଦିଆଯାଉଥିବା   ନିର୍ଯାତନା ରୋକିବା ଏବଂ କିଭଳି ଏହାର ମୁକାବିଲା କରିହେବ ଓ  ଦୋଷୀ କୁ ଆଇନର କେଉଁ ଧାରାରେ ଦଣ୍ଡର ବ୍ୟବସ୍ଥା ରହିଛି  କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ମହିଳା ମାନଙ୍କୁ ସଚେତନ କରାଯାଇଛି । ସାରା ରାଜ୍ୟରେ ଦିନକୁ ଦିନ ମହିଳା ଓ ଶିଶୁ ନିର୍ଯାତନା  ବଢ଼ିବାରେ ଲାଗିଛି । ଯାହା ଫଳରେ ଆଜି ଶୁକ୍ରବାର ନିଜେ ଆଇପିଏସ ରାକେଶ କୁମାର ସାହୁ  ମହିଳା ଓ ଶିଶୁ ନିର୍ଯାତନାକୁ କିଭଳି ରୋକା ଯାଇ ପାରିବ ତାହା ମହିଳା ମାନଙ୍କୁ ସ୍କ୍ରିନରେ ଭିଡିଓ ମାଧ୍ୟମରେ ସଚେତନ କରାଇଥିଲେ। କିଭଳି ଭାବେ ଛୋଟ ଛୋଟ ଶିଶୁ ମାନଙ୍କୁ ପ୍ରଲୋଭନ ଦେଖାଇ କିଛି ଖଳ ପ୍ରକୃତିର ଲୋକ ବଳାତ୍କାର କରି ହତ୍ୟା କରୁଛନ୍ତି ତାହା  ମହିଳା ମାନଙ୍କୁ ସଚେତନ କରାଇଥିଲେ । ଏପଟେ ଘାରୋଇ ହିଂସା, ସ୍ବାମୀ ମଦ୍ୟପାନ କରିବା ପରେ ସ୍ତ୍ରୀଙ୍କୁ ମାରପିଟ ସହ କିଭଳି ସମାଜରେ ମହିଳାମାନେ ସୁରକ୍ଷିତ ଭାବେ ରହି ପାରିବେ ତାହା ଉପରେ ମହିଳା ମାନଙ୍କ ସହ ଆଲୋଚନା କରିଥିଲେ । ବଳାତ୍କାର ବା କିଛି ଦୁର୍ଘଟଣା ଘଟେ ତୁରନ୍ତ ନିକଟସ୍ଥ ଥାନାରେ ରେ ଅଭିଯୋଗ  କରିବା ପାଇଁ ନିବେଦନ କରିଥିଲେ । ଯଦି ଥାନାକୁ ଯାଇ ପାରିବେ ନାହିଁ ତା ହେଲେ ୧୦୯୮ ବା ଜରୁରୀକାଳୀନ ସେବା ୧୧୨ ରେ ଯୋଗାଯୋଗ କରିପାରିବେ । ସେହିଭଳି ମହାବିଦ୍ୟାଳୟ ର ଅଧକ୍ଷିଆ ପ୍ରିୟଦର୍ଶନୀ ପଟନାଇକ ତାଙ୍କ ବକ୍ତ୍ୟବିୟ ରେ କହିଥିଲେ ନାରୀ ସୁରକ୍ଷିଆ କେବଳ ନିୟମରେ ନୁହେଁଁ ସମାଜର ମୋନଭାବ ରେ ଥିବା ପାରିବର୍ତନର ନିହିତ ଥାଏ l ଏହି ସଚେତନତା କାର୍ଯ୍ୟକ୍ରମରେ ଏସ ଡି ପି ଓ ଙ୍କ ସହ ମହେନ୍ଦ୍ରଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧକ୍ଷା ପ୍ରିୟଦର୍ଶିନୀ ପଟ୍ଟନାୟକ , ସମାଜସେବୀ ନିର୍ମଳା ପଟ୍ଟନାୟକ , ଆଇନଜୀବୀ ତଥା କିଶୋର ନ୍ୟାୟ ପରିଷଦ ସଦସ୍ୟା ( ଗଜପତି )ଭାଗ୍ୟଲକ୍ଷ୍ମୀ ନାୟକ , ପୂର୍ବତନ ଶିଶୁ ମଙ୍ଗଳ ସମିତି ଅଧକ୍ଷ ( ଗଜପତି )ତଥା ବରିଷ୍ଠ ଆଇନଜୀବୀ ପ୍ରମୋଦ କୁମାର ରାଉଳ  ,ରାମଗିରି ଗ୍ରାମପଞ୍ଚାୟତ ନାଏବ ସରପଞ୍ଚ ରାଜେନ୍ଦ୍ର କୁମାର ମାଝୀ , ପରିସଲ ଗ୍ରାମପଞ୍ଚାୟତ ସରପଞ୍ଚ କୁମାରୀ କାର୍ଜି ରା. ଉଦୟଗିରି ଓ ରାମଗିରି ସମେତ ଆଖପାଖ ଅଞ୍ଚଳର ବହୁ ସଂଖ୍ୟାରେ  ସ୍ବେଛାସେବୀ  ମହିଳା ଓ ପୁରୁଷ ଙ୍କ ସହ ରାମଗିରି ପୋଲିସ ଉପସ୍ଥିତ ରହିଥିଲେ l ଉକ୍ତ କାର୍ଯ୍ୟମକୁ ମହାବିଦି୍ୟାଳୟ ର ଅଧକ୍ଷିଆ ପ୍ରିୟଦର୍ଶନୀ ପଟନାୟିକ ଓ ରାମଗିରି ଥାନା ଅଧାକରି ଡି. ଗଜପତି ଦୋରା ପରିଚାଳନା କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ