ଚଣ୍ଡିବିରଞ୍ଚିପୁର ଗାଁରେ ବାକି ଟଙ୍କା ମାଗିବାକୁ ନେଇ ସଂଘର୍ଷ, ଦୁଇ ଆହତ

ହାଟଡିହି (ଓ୍ବାଇଏନଏସ):  ବାକି ଟଙ୍କା ମାଗିବାକୁ ନେଇ ନନ୍ଦିପଦା ଥାନା ଚଣ୍ଡିବିରଞ୍ଚିପୁର ଗାଁରେ ଦୁଇ ଜଣଙ୍କ ଭିତରେ ସଂଘର୍ଷ ଘଟି ଦୁଇଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣା ଯାଇଛି। ସୂଚନା ଅନୁଯାଇ ନନ୍ଦିପଦା ଥାନା ଚଣ୍ଡିବିରଞ୍ଚିପୁର ଗାଁର ପ୍ରକାଶ କୁମାର ନାୟକ ନାମକ ବ୍ୟକ୍ତି ଚିପିସ ବ୍ୟବସାୟ କରିଥାନ୍ତି। ତାଙ୍କ ନିକଟରୁ ସେହି ଗ୍ରାମର ପ୍ରସନ୍ନ କୁମାର ଦାସ ନାମକ ବ୍ୟକ୍ତି ରାସ୍ତା କାମ କରିବା ନିମନ୍ତେ ଦୀର୍ଘ ବର୍ଷେ ତଳୁ ଚିପ୍ସ ଓ ମେଟାଲ ବାକିରେ ନେଇଥିଲେ। ରାସ୍ତାର ବିଲ ସରିଥିଲେ ମଧ୍ୟ ପ୍ରସନ୍ନ ଆଉ ବାକି ଟଙ୍କା ଶୁଝିବାର ନାଁ ଧରିନଥିଲେ। ବାରମ୍ବର ବାକି ଟଙ୍କା ମାଗିବା ପରେ ନମିଳିବାରୁ ପ୍ରକାଶ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ଆଜି ପୁନର୍ବାର ପ୍ରକାଶ ବାକି ଟଙ୍କା ମାଗିବାରୁ ପ୍ରସନ୍ନ ଦାସ ଓ ପ୍ରକାଶ ନାୟକଙ୍କ ଭିତରେ ଯୁକ୍ତି ତର୍କ ଓ ପାଟିତୁଣ୍ଡ ହୋଇଥିଲା। ପରେ ଉଭୟଙ୍କ ଭିତରେ ସଂଘର୍ଷ ଘଟିଥିଲା। ପ୍ରସନ୍ନ ଓ ତାଙ୍କ ପୁଅ ଦେବାଶିଷ ମିଶି ଏକ ଠେଙ୍ଗା ଓ ଲୁହା ରଡ଼ ରେ ମରଣାନ୍ତକ ଆକ୍ରମଣ କରି ପ୍ରକାଶଙ୍କୁ ଲହୁଲୁହାଣ କରିଛନ୍ତି। ତାଙ୍କୁ ପୋଲିସ ଉଦ୍ଧାର କରି ପ୍ରଥମେ ଆନନ୍ଦପୁର ମେଡିକାଲ ରେ ଆଶୁ ଚିକିତ୍ସା କରିବା ପରେ କଟକ ରେଫର କରାଯାଇଛି।ସେହିପରି ପ୍ରକାଶଙ୍କ ମାଡ଼ରେ ପ୍ରସନ୍ନ ଲହୁଲୁହାଣ ହୋଇଥିବା ଜଣା ଯାଇଛି। ଏନେଇ ପ୍ରସନ୍ନ ନନ୍ଦିପଦା ଥାନାରେ ଅଭିଯୋଗ କରିଥିବା ବେଳେ ପ୍ରକାଶ ଡାକ୍ତରଖାନା ରେ ଥିବାରୁ ଥାନାରେ ଅଭିଯୋଗ କରିପାରି ନଥିବା ଜଣା ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ