ମା ରତ୍ନମାଳୀ ହାଇସ୍କୁଲରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ

ଆସିକା (ୱାଇଏନ୍‍ଏସ୍‍) : ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗତ ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ଓଡିଆ ପକ୍ଷ ୨୦୨୬ ପାଳନର ଦଶମ ଦିବସରେ ଆମ ଲୋକକଳା ଆମ ସ୍ୱାଭିମାନ-ଶିଳ୍ପୀ କଳ୍ପନାକୁ କରେ ବଳିୟାନକୁ ଆଧାର କରି ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସିକା ବ୍ଳକ ଅନ୍ତର୍ଗତ ହରିଡାପଦର ଗ୍ରାମ ପଞ୍ଚାୟତର ମଣ୍ଟାପଡା ଗ୍ରାମରେ ଥିବା ମା ରତ୍ନମାଳୀ ହାଇସ୍କୁଲରେ ଏହି ଅବସରରେ ଅନୁଷ୍ଠିତ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ତାରା ପ୍ରସାଦ ମିଶ୍ର, ସହକାରୀ ଶିକ୍ଷକ ବି.ଚନ୍ଦ୍ରଶେଖର ରେଡି, ରଶ୍ମିତା ମହାପାତ୍ର, ଗୋବିନ୍ଦ ପରିଡା, ଶଶୀଭୂଷଣ ସାହୁ, ପାଣ୍ଡବେଶ୍ୱର ଜେନା, ପାଣ୍ଡବ ଗୌଡ ପ୍ରମୁଖ ଯୋଗଦେଇ ଆମ ମାଟିର କଳା ଓ କଳାକାରମାନଙ୍କୁ ଉତ୍ସାହିତ କରିବା ଏବଂ ଓଡିଆ ଅସ୍ମିତାର ଏହି ମହାପର୍ବରେ ସାମିଲ୍‍ ହେବାକୁ ଆହ୍ୱାନ କରି ଓଡିଆ ସଂସ୍କୃତି ଓ ଲୋକକଳା ଅନନ୍ୟ ହୋଇଥିଲା ବେଳେ ବିଶ୍ୱର ଲୋକକଳା ଗଞ୍ଜାମରୁ ଜନ୍ମ କହିଲେ ଅତ୍ୟୁକ୍ତି ହେବ ନାହିଁ । ରାଜ୍ୟ ସରକାର ଲୋକକଳାକୁ ଉଜ୍ଜିବୀତ କରିରଖିବା ପାଇଁ ଓଡିଆ ପକ୍ଷ ପାଳନର ଦଶମ ଦିନରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଆୟୋଜନ କରିବା ନିଶ୍ଚିତ ଭାବେ ଏକ ଯୁଗାନ୍ତକାରୀ ଓ ପ୍ରଶଂସନୀୟ ପ୍ରୟାସ ହୋଇଥିଲା ବେଳେ ଗଞ୍ଜାମ ଜିଲ୍ଲାର ଲୋକକଳା ଅତି ପ୍ରାଚୀନ ହୋଇଥିବା ଯୋଗୁଁ କଳାର ଐତିହ୍ୟକୁ ବଜାୟ ରଖିବାକୁ ଆହ୍ୱାନ କରିଥିଲେ । ଗଞ୍ଜାମ ଜିଲ୍ଲାରେ ୬୭ ପ୍ରକାର ଲୋକନାଟ୍ୟ, ନାଟକ, ନାଟ୍ୟ, ନାଚ, ନୃତ୍ୟ, କଂସବଧ, ଯୋଡିଶଙ୍ଖ, ପ୍ରହଲ୍ଲାଦ ନାଟକ, ରାମ ନାଟକ, କୃଷ୍ଣଲୀଳା, ରାମଳୀଲା, ପାଲା, ହରିକଥା, ଦାସକାଠିଆ, ସଂକୀର୍ତ୍ତନ, ଘୁଡୁକି, ଭାରତଲୀଳା, ଗାହାଣୀ, ରାଧାପ୍ରେମଲୀଳା, ସାପସାପୁଆଣୀ, କୋଠିଶାଳ, କଳାଘୋଡା ରହିଥିଲା ବେଳେ ଗଞ୍ଜାମ ଜିଲ୍ଲାର ବାଘନାଚ ଅତି ଆକର୍ଷଣୀୟ ସାଙ୍ଗକୁ ବିରଳ ଦୃଷ୍ଟାନ୍ତ ଏବଂ ରାଜ୍ୟ ଓ ରାଜ୍ୟ ବାହାରେ ପ୍ରସିଦ୍ଧିଲାଭ କରିଥିବା ନଜିର୍‍ ରହିଛି । ଗଞ୍ଜାମ ଜିଲ୍ଲା ଲୋକକଳାର ଗନ୍ତାଘର ହୋଇଥିଲା ବେଳେ ଏହି ଜିଲ୍ଲାର ବିଭିନ୍ନ ଲୋକକଳା ଅତି ପ୍ରାଚୀନ ହୋଇଥିବା ଯୋଗୁଁ ଲୋକକଳାକୁ ବଞ୍ଚାଇ ରଖିବା ପାଇଁ ସମସ୍ତ ସ୍ତରରେ ସାମୂହିକ ଭାବେ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ଜରୁରୀ ବୋଲି ପ୍ରକାଶ କରିଥିଲେ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃôତି ବିଭାଗର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅବସରରେ ମଣ୍ଟାପଡା ଗ୍ରାମର ମା ରତ୍ନମାଳୀ ନାମ ସଂକୀର୍ତ୍ତନ ଦଳର ବରିଷ୍ଠ ସଦସ୍ୟ କୋରା ସାହୁ, କାଳୁ ଗୌଡ, କାମରାଜୁ ସାହୁ, ହନୁ ବେହେରା, ଉଜ୍ଜଳ ଖଟେଇ, ମୋଚିରାମ ପ୍ରଧାନ, କାଳୁ ସେଠୀଙ୍କୁ ଏହି ଅବସରରେ ଶିକ୍ଷାନୁଷ୍ଠାନ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯିବା ସହ ଲୋକକଳାକୁ ବଞ୍ଚାଇ ରଖିବାକୁ ପରାମର୍ଶ ଦିଆଯାଇଥିବା ଦେଖିବାକୁ ମିଳିଥିଲା । ମା ରତ୍ନମାଳୀ ହାଇସ୍କୁଲରେ ଅନୁଷ୍ଠିତ ହୋଇଥିବା ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର କର୍ମଚାରୀ ମହନ୍ତର ସାହୁ, ବୁଲୁ ସେଠୀ, ଶନି ଜେନା ପ୍ରମୁଖ ସହଯୋଗ କରିଥିଲା ବେଳେ ବହୁ ବିଦ୍ୟାର୍ଥୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ