ସାହସପୁର ଦଣ୍ଡଦଳର ଢୋଲ, ମହୁରୀ ଶବ୍ଦରେ ପ୍ରକମ୍ପିତ ହେଲା ଶାସ୍ତ୍ରୀନଗର

ଆସିକା ତା (ୱାଇଏନ୍‍ଏସ୍‍) : ଆସିକା ବ୍ଳକ ଅନ୍ତର୍ଗତ ଗଙ୍ଗାପୁର ଗ୍ରାମ ପଞ୍ଚାୟତର ସାହସପୁର ଗ୍ରାମର ଦଣ୍ଡଦଳର ଢୋଲ, ମହୁରୀ ଶବ୍ଦରେ ଶନିବାର ଆସିକା ଏନ୍‌ଏସି ଅଧିନସ୍ଥ ୧୭ ନମ୍ବର ୱାର୍ଡର ଶାସ୍ତ୍ରୀନଗର ଅଞ୍ଚଳ ପ୍ରକମ୍ପିତ ହୋଇପଡିଥିବା ଲକ୍ଷ୍ୟ କରାଯାଇଛି । ମହାମାୟୀ ମା’ କାଳୀ ଓ ଦେବ ଦେବ ମହାଦେବଙ୍କ ଚରଣ ତଳେ କୃପାଲାଭ କରିବା ଲାଗି ଦଣ୍ଡଯାତ୍ରା ସ୍ଥଳରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିବା ଲକ୍ଷ୍ୟ କରାଯାଇଥିଲା । ଶନିବାର ପୂର୍ବାହ୍ନରେ ସାହସପୁର ଦଣ୍ଡଦଳର ଦଣ୍ଡୁଆ ମାନେ ମାନସିକଧାରୀ ଆଧ୍ୟାତ୍ମିକପ୍ରେମୀ ସୁନିଲ୍‍ କୁମାର ଗୌଡ ଓ ତାଙ୍କ ପତ୍ନୀ ନନ୍ଦିନୀ କୁମାରୀ ତରେଇଙ୍କ ବାସଭବନ ନିକଟରେ ପହଞ୍ôଚ ଦଣ୍ଡନାଚ ପାଳନର ବିଧିବିଧାନ ସଂପର୍କରେ ଆବାହନୀ ଗୀତ ବୋଲିବା ପରେ ମଧ୍ୟାହ୍ନରେ ପ୍ରଚଣ୍ଡ ଖରାରେ ମାନସିକଧାରୀ ଦଣ୍ଡୁଆମାନେ ତ୍ୟାଗ, ନିଷ୍ଠା ଓ କଠୋର ସାଧନାରେ ରହି ଧୂଳିଦଣ୍ଡ ଭାଙ୍ଗିବା ପରେ ଅପରାହ୍ନରେ ତାଲୁକା ଛକ ସ୍ଥିତ ପବିତ୍ର ବାଲୁଙ୍କେଶ୍ୱର ପୋଖରୀରେ ପାଣିଦଣ୍ଡ ଭାଙ୍ଗିଥିଲେ । ସାହସପୁର ଦଣ୍ଡଦଳର ସାଂନ୍ଧ୍ୟ ଆଳତୀ ଶେଷ ପରେ ମଧ୍ୟରାତ୍ରରେ ବିଧିବିଧାନ ଅନୁଯାୟୀ ଅଗ୍ନିଦଣ୍ଡ ସଂପନ୍ନ ପରେ ମନୋରଞ୍ଜନ ପାଇଁ ପୌରାଣିକ ନାଟକ “ସୁଭଦ୍ରା ମାଗୁଛି ଶଙ୍ଖା ସିନ୍ଦୁର” ପରିବେଷଣ କରାଯାଇଥିଲା । ସାହସପୁର ଦଣ୍ଡଦଳର ଦଣ୍ଡନୃତ୍ୟ ଦେଖିବା ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ଭିଡ ଜମିଥିବା ବେଳେ ଦଣ୍ଡଦଳର ଢୋଲ ମହୁରୀ ଶବ୍ଦରେ ସମଗ୍ର ଶାସ୍ତ୍ରୀନଗର ସାହି ଦୁଲୁକି ପଡିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଏନ୍‌ଏସି ଅଧିନସ୍ଥ ଶାସ୍ତ୍ରୀନଗର ସାହିର ମାନସିକଧାରୀ ଶ୍ରଦ୍ଧାଳୁ ଭକ୍ତ ସୁନିଲ୍‍ କୁମାର ଗୌଡ ଓ ତାଙ୍କ ପତ୍ନୀ ନନ୍ଦିନୀ କୁମାରୀ ତରେଇଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଏବଂ ସ୍ଥାନୀୟ ଅଞ୍ଚଳର ଯୁବପିଢୀମାନଙ୍କ ସହଯୋଗରେ ଶନିବାର ଏହି ଦଣ୍ଡନୃତ୍ୟ ପରିବେଷଣ କରାଯାଇଥିଲା ବେଳେ ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଯୁବକ ସଂଘ ପକ୍ଷରୁ ସଭାପତି ଉମା ମହେଶ୍ୱର ଦାଶ, ସଂପାଦକ ପଦ୍ମଲୋଚନ ଶତପଥୀ, ଉପସଭାପତି ସୁନିଲ୍‍ କୁମାର ଗୌଡ, କୋଷାଧ୍ୟକ୍ଷ ତ୍ରିଲୋଚନ ପାତ୍ର, ଆଧ୍ୟାତ୍ମିକପ୍ରେମୀ ସୁନିଲ୍‍ କୁମାର ମିଶ୍ର, ନିର୍ମଳ କୁମାର ଦାଶ, ଅଶୋକ କୁମାର ତ୍ରିପାଠୀ, ବିପିନ୍‍ ବିହାରୀ ଦାଶ, ରାମଚନ୍ଦ୍ର ମିଶ୍ର, ରାଜେଶ୍‍ କୁମାର ମିଶ୍ର, ଲୁନା ଦାଶ, ସନ୍ତୋଷ କୁମାର ମିଶ୍ର, ଶିବଶଙ୍କର ମିଶ୍ର, ଶଙ୍କର ସାହୁ, ସନ୍ତୋଷ କୁମାର ସାମନ୍ତରା, ପ୍ରଶାନ୍ତ ତ୍ରିପାଠୀ, ଲକ୍ଷ୍ମୀକାନ୍ତ ପଟ୍ଟନାୟକ, ଆକୁଳ ବାଡତ୍ୟା, ଆର୍ତତ୍ରାଣ ଦାଶ, ନାରାୟଣ ସାହୁ, ମାନସ ରଂଜନ ସ୍ୱାଇଁ, ତାପସ ରଂଜନ ସ୍ୱାଇଁ, ବାଳକୃଷ୍ଣ ସାହୁ, ଶ୍ରୀଧର ତ୍ରିପାଠୀ, ସୁଶାନ୍ତ କୁମାର ପାତ୍ର, ଦୁଃଖିଶ୍ୟାମ ଦାଶ, ପ୍ରଦୀପ କୁମାର ହୋତା, କାଦମ୍ବରୀ ଦାଶ, ସୁବାସ ଚନ୍ଦ୍ର ସେନାପତିଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଯୁବପିଢୀ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା। ସାହସପୁର ଦଣ୍ଡଦଳର ଶାସ୍ତ୍ରୀନଗର ଅଞ୍ଚଳରେ ଅନୁଷ୍ଠିତ ଦଣ୍ଡନୃତ୍ୟ ପରିବେଷଣ କାର୍ଯ୍ୟକ୍ରମରେ କର୍ତ୍ତାରୂପେ ଆଧ୍ୟାତ୍ମିକପ୍ରେମୀ ସୁନିଲ୍‍ କୁମାର ଗୌଡ ଓ ତାଙ୍କ ସହଧର୍ମଣୀ ନନ୍ଦିନୀ କୁମାରୀ ତରେଇ ନିଷ୍ଟାର ସହ ରହି ଦାୟିତ୍ୱ ନିର୍ବାହ କରିଥିବା ଦେଖିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ