ଛେନାପୋଡ ଦିବସ ପାଳିତ
ବାଲେଶ୍ବର(ସରୋଜ ପଣ୍ଡା): ବାଲେଶ୍ବର ଷ୍ଟେସନ କ୍ଲବରେ ନିଆରା ଭାବେ ବିଶ୍ବ ଛେନାପୋଡ ଦିବସ ପାଳିତ ହୋଇଯାଇଛି। ଯୁବ ନେତା ଧିରେନ ନାୟକଙ୍କ ପ୍ରତ୍ୟେକ ତ୍ବତାବଧନରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ,ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ,ସୁକାନ୍ତ ନାୟକ,ସୁଧାଂଶୁ ଶେଖର ପରିଡା, ସ୍ବରୂପ କୁମାର ଦାସ,ପୌରପରିଷଦ ଉପାଧ୍ୟକ୍ଷ କୈଳାସ ସେଠୀ,ପୂର୍ବତନ ଉପାଧ୍ୟକ୍ଷ ମନୋଜ ରାଉତ,ବରିଷ୍ଠ ନେତା ରଂଜନ ବାଗ,ବସନ୍ତ ପଣ୍ଡା, କାଉନସିଲର ମୀନା ମହାନ୍ତି,ମୀତା ପଟ୍ଟନାୟକ,କବିତା ମୃମୁ,ମିରାଜ ବାନୋ,ସଂଧ୍ୟାରାଣୀ ଜେନା,ସବିତାରାଣୀ ଦାସ,ଅର୍ପିତା ପ୍ରିୟଦର୍ଶିନୀ ପଟ୍ଟନାୟକ, ଶଶିରେଖା ମହାନ୍ତି,ସେକ ଆୟୁବ, କାର୍ତିକ ସାହୁ,ପୂର୍ବତନ କାଉନସିଲର ବିଶ୍ବଜିତ ମହାପାତ୍ର,ସାକିର ଖାନ,ସଂଜୟ ବେହେରା,ରମେଶ ମାଝି,ନଳିନୀକାନ୍ତ ଦାସ,ଅସଲମ ଖାନ,ରିତିକ ଜୀ,ଦେବାଶିଷ ଦାଶ,ସେକ ଆଲାମ,ଅଶୋକ ଆଢ୍ୟ,ଅତୁଲ ଶତପଥୀ, ଅଶୋକ ଦାସ,ଭରତ ଭୂଷଣ ଦାସ,ଉମାଶଙ୍କର ତିଆଡି ପ୍ରମୁଖ ଉପସ୍ଥିତ ଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଛାତ୍ର ନେତା ବିଭୁଦତ୍ତ ପରିଡା,ହରେକୃଷ୍ଣ ପ୍ରଧାନ, ସୌଭାଗ୍ୟ ଖୁଣ୍ଟିଆ,ହରସ ଖଣ୍ଡେଲଓ୍ବାଲ,ବିକାଶ ବେହେରା ପ୍ରମୁଖ ସହଯୋଗ କରିଥିଲେ।ଏହି ଅବସରରେ ପୂର୍ବତନ ବିଧାୟକ ସ୍ବରୂପ ଦାସଙ୍କ ଜନ୍ମଦିନ ଉପଲକ୍ଷେ ୩୫ କି.ଗ୍ରାରେ ପ୍ରସ୍ତୁତ ଛେନାପୋଡକୁ ସମସ୍ତଙ୍କୁ ଦିଆଯିବ ସହ ୧୨ ପ୍ରକାର ଫ୍ଲେବରର ଛେନାପୋଡକୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ପଦର୍ଶିତ କରାଯାଇଥିଲା।ଛେନାପୋଡକୁ ଜିଆଇ ଟ୍ୟାଗ୍ ପ୍ରଦାନ ସହ ବିଶ୍ବ ଦରବାରରେ ଛେନାପୋଡକୁ ସ୍ଥାନିତ କରିବା ପାଇଁ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।


