ଗଜପତିର ଘଞ୍ଚ ଜଙ୍ଗଲରୁ କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ପୋଲିସକୁ ପୁଣି ମିଳିଲା ଅନ୍ୟ ଏକ ବଡ଼ ସଫଳତା. ଘଞ୍ଚ ଜଙ୍ଗଲ ମଧ୍ୟରୁ କୋଟିଏ ଟଙ୍କାରୁ ଉର୍ଦ୍ଧ 1054 କେଜି ଗଞ୍ଜେଇକୁ ପୋଲିସ ଜବତ କରିଛି । ଏଠାରେ ଉଲ୍ଲେଖଯୋଗ୍ୟଯେ, ଆର. ଉଦୟଗିରି ଏସଡିପିଓ ଭାବେ ଆଇପିଏସ ଅଧିକାରୀ ରାକେଶ କୁମାର ସାହୁ ଗତ କିଛି ଦିନ ତଳେ ଦାୟିତ୍ୱ ଗ୍ରହଣ କରିବା ପର ଠାରୁ ଆଇନ ଶୃଙ୍ଖଳା ପ୍ରତିଷ୍ଠା ସହ ଗଞ୍ଜେଇ ଚୋରା କାରବାରକୁ ସମ୍ପୂର୍ଣ ବିଲୋପ ପାଇଁ ଲଗାତାର ଭାବେ ଚଢାଉ ଜାରି ରହିଛି. ଯାହାକି ଗଞ୍ଜେଇ ମାଫିଆଙ୍କ ନିଦ ହଜାଇ ଦେଇଛି. ଗଜପତି ପୋଲିସ ବର୍ତ୍ତମାନ 1054 କେଜି ଗଞ୍ଜେଇକୁ ଜବତ କରିଛନ୍ତି. ଅଡବା ଥାନା ଅନ୍ତର୍ଗତ ଗୁଡ୍ରିପଙ୍କା ଗାଁ ନିକଟସୁ ଜଙ୍ଗଲରେ ଚୋରାଚାଲାଣ ପାଇଁ ଗଞ୍ଜେଇ ଗଛିତ ଥିବା ନେଇ ପୋଲିସ ଠାରେ ବିଶ୍ୱସ୍ତସୂତ୍ରରୁ ଖବର ପାଇଥିଲା। ଯାହା ଫଳରେ ଗତକାଲି ଆର ଉଦୟଗିରି ଏସ୍ଡ଼ପିଓ ରାକେଶ କୁମାର ସାହୁଙ୍କ ନେତୃତ୍ୱରେ ଏହି ଘଞ୍ଚ ଜଙ୍ଗଲରେ ଚଢ଼ାଉ କରାଯାଇଥିଲା । ଚଢ଼ାଉରେ ୪୨ ଗୋଟି ଜରି ବସ୍ତାରେ ଗଞ୍ଜେଇ ଥୂବା ଦେଖିବାକୁ ପାଇଥିଲେ। ଉକ୍ତ ଗଞ୍ଜେଇକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା ଯାହାର ପରିମାଣ ୧୦୫୪ କିଲୋ ଗ୍ରାମ ହୋଇଥିଲା। ଜବତ ଗଞ୍ଜେଇର ଆନୁମାନିକ ବଜାର ଦର ପ୍ରାୟ ଏକ କୋଟିରୁ ଉଦ୍ଧ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଗଜପତି ଜିଲ୍ଲାରୁ ଗଞ୍ଜେଇ ଚୋରା କାରବାରକୁ ସମ୍ପୂର୍ଣ ଭାବେ ବନ୍ଦ କରିବା ପାଇଁ ଏଭଳି ଚଢ଼ଉ ଜାରି ରହିବ ବୋଲି ଆର. ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁ ସୂଚନା ଦେଇଛନ୍ତି।


