କଲ୍ୟାଣସିଂହପୁର ବ୍ଲକରେ ଅଭିଯୋଗ ଶୁଣାଣୀ

କଲ୍ୟାଣସିଂହପୁର-(ଏଙ୍କେଟେଶ୍ୱର ପାଢ଼ୀ ): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଭାଗୃହ ଠାରେ ଜିଲ୍ଲାପାଳଙ୍କ   ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ  ହୋଇଛି । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ  ଅଧ୍ୟକ୍ଷତାରେ  ଅନୁଷ୍ଠିତ ଶୁଣାଣୀରେ ବ୍ଲକ ଅଧ୍ୟକ୍ଷା ଆମ୍ବ୍ରିତା କାଡ୍ରାକା, ଅତିରିକ୍ତ  ଅତିରିକ୍ତ  ଜିଲା ଆରକ୍ଷୀ ଅଧିକ୍ଷକ ଘୋଷନାଲ ବାର୍ଲା ,  ଉପଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା  ,ପିଏ ଆଇ ଟି ଡି ଏ ଚନ୍ଦ୍ର କାନ୍ତ ମାଝୀ, ସିଡ଼ିଏମଓ ଡକ୍ଟର ଭି. ସୋରଜିନୀ ଦେବୀ,  ମଞ୍ଚାସୀନ ରହିଥିଲେ । ଏଥିରେ ମୋଟ ୩୪ଟି ଅଭିଯୋଗ ଶୁଣାଣି ହୋଇଥିଲା ।ସେଥିରୁ ୨୧ଟି  ବ୍ୟକ୍ତି ଗତ ସମସ୍ୟା , ୧୩ଟି ଗୋଷ୍ଟି ଭିର୍ତ୍ତିକ ରହିଥିଲା ।   ପାନୀୟ ଜଳ, ରାସ୍ତା, ବିଦ୍ୟୁତ, କାତାଗୁଡା ଅଙ୍ଗନବାଡି କେନ୍ଦ୍ର ସମସ୍ୟା,ବିଦ୍ୟାଳୟ ଉପରେ ବିଦ୍ୟୁତ ତାର ଯାଇଥିବା ସମସ୍ୟା, ହାତୀମୁଣ୍ଡା କେନାଲ ନିମ୍ନ ମାନର ହୋଇଥିବା,  କଲ୍ୟାଣ ସିଂହପୁର  ଲ୍ୟାମ୍ପ ରେ ଖରିଫ ଓ ରବି ଚାଷ ପାଇଁ ନିୟନ୍ତ୍ରଣ ବଜାର କମିଟି ପକ୍ଷରୁ ବିହନ ଓ ସାର  ଚାଷୀଙ୍କୁ ଯୋଗାଇଦିଆଯାଉଛି। ଦୂର ଦୁରାନ୍ତରୁ ଚାଷୀ ଆସି ହନ୍ତସନ୍ତ ହେଉଥିବାରୁ ଏହାକୁ ନେଇ ଚାଷୀ ସମାଜ ପକ୍ଷରୁ ବୁଡ଼ାଗୁଡା ନିୟନ୍ତ୍ରଣ ବଜାର ଠାରେ ଆଉ ଏକ ଗୋଦାମ ସହ ବିହନ ଓ ସାର ବିକ୍ରୟ କେନ୍ଦ୍ର ଖୋଲିବା ନିମନ୍ତେ ଓ ପାର୍ଶାଲି  ରାସ୍ତା ସମସ୍ୟା  ବିଷୟରେ ଅଭିଯୋଗ କରିଥିଲେ । ଏଥିରେ ୧୭ଜଣ ମହିଳା ଓ ପୁରୁଷ ଙ୍କୁ ଘର ଡିହ ପଟା ବଣ୍ଟନ କରାଯାଇଛି। ସଦର ପଞ୍ଚାୟତର ଏଥିରେ ଜିଲା ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ସମେତ ବିଡ଼ିଓ ମନୀଷା ଦାସ ,ତହସିଲଦାର ମାନସ ରଞ୍ଜନ ମାନସେଠ, ସହକାରୀ ଯନ୍ତ୍ରୀ  ସମୀର କୁମାର ରଥ   ସମେତ ବ୍ଲକ, ତହସିଲ କାର୍ଯ୍ୟାଳୟ ଓ  ଆଇସିଡ଼ିଏସ କର୍ମଚାରୀ  ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ସମିତି କାର୍ଯ୍ୟାଳୟ ପରିସରରେ  ମିଶନ ଶକ୍ତି ପକ୍ଷରୁ ଓଡ଼ିଆ ପକ୍ଷ ୨୦୨୬ ପାଳନ ଅବସରରେ ଆମରୁଚି ଆମ ଖାଦ୍ୟ କୁ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି  ଉଦଘାଟନ କରିଥିଲେ। ଏଥିରେ ୯ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠି ର ମହିଳା ମାନେ ମାଣ୍ଡିଆ ଜାତୀୟ ଖାଦ୍ୟ ପ୍ରସ୍ତୁତ କରି ପଦର୍ଶନୀ କରିଥିଲେ। ଏହାକୁ ଅତିଥି ମାନେ ପରିଦର୍ଶନ କରି  ମାଣ୍ଡିଆ ରେ ପ୍ରସ୍ତୁତ ପିଠା  ସ୍ୱାଦ ବରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ