କଟକରେ ‘ନାରୀ ଶକ୍ତି ବନ୍ଦନା’ କାର୍ଯ୍ୟକ୍ରମ

କଟକ, (ଓ୍ବାଇଏନଏସ): ଆଜି କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ‘ନାରୀ ଶକ୍ତି ବନ୍ଦନା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ କଟକ ସାଂସଦ ଭର୍ତ୍ତୃହରି ମହତାବ, କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ , କଟକ ସଦର ବିଧାୟକ ପ୍ରକାଶ ସେଠୀ, କଟକ ଜିଲ୍ଲାପାଳ ଓ ମହାନଗର ନିଗମ କମିସନର ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସମୟରେ ମହିଳାମାନେ ସବୁ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ଆଗରେ ରହିଛନ୍ତି । ବିଶେଷକରି ୨୦୨୪ ନିର୍ବାଚନରେ ପୁରୁଷଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଥିଲା, ଯାହା ନାରୀ ଶକ୍ତିର ପ୍ରଭାବକୁ ଦର୍ଶାଉଛି । ସେ କହିଛନ୍ତି ଯେ, ମହିଳାମାନେ ସବୁ କାମ କରିପାରୁଥିଲେ ମଧ୍ୟ ସଂରକ୍ଷଣ କ୍ଷେତ୍ରରେ ପଛରେ ଅଛନ୍ତି । ଆମକୁ ଅଧା ସଂରକ୍ଷଣ ଦରକାର ନାହିଁ, କିନ୍ତୁ ଏକ-ତୃତୀୟାଂଶ ସଂରକ୍ଷଣ ନିହାତି ଆବଶ୍ୟକ । ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଏହି ସଂରକ୍ଷଣ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ