ଆନନ୍ଦପୁର ଠାରେ କୃଷି ମହାବିଦ୍ୟାଳୟ ଓ କୃଷି ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ହାଟଡିହି (ଓ୍ବାଇଏନଏସ):  ଆନନ୍ଦପୁରୁଠାରେ କୃଷି ମହାବିଦ୍ୟାଳୟ ଓ କୃଷି ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛି ଗ୍ରୀନ୍ ଓଡିଶା କେନ୍ଦୁଝର ବଞ୍ଚାଅ ମଞ୍ଚର। ମୁଖ୍ୟମନ୍ତ୍ରୀଙ୍କ ତିନିଦିନିଆ କେନ୍ଦୁଝର ଗ୍ରସ୍ତରେ  ଆସିଥିବା ବେଳେ ଆନନ୍ଦପୁର ଗ୍ରସ୍ତ ସମୟରେ ଗ୍ରୀନ୍ ଓଡିଶା କେନ୍ଦୁଝର ବଞ୍ଚାଅ ମଞ୍ଚର ପ୍ରତିଷ୍ଠାତା ବିଶ୍ବରଞ୍ଜନ ବେହରା ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡରେ କୃଷି ମହାବିଦ୍ୟାଳୟ ଓ କୃଷି ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ରାଜ୍ୟ ସରକାର କେନ୍ଦୁଝର ଜିଲ୍ଲାରୁ ହଜାର ହଜାର କୋଟି ରାଜସ୍ବ ପାଉଥିବା ବେଳେ କୃଷି ଆଉ କୃଷକ ଙ୍କ ପାଇଁ ଧ୍ୟାନ ଦେଉନଥିବା ବେଳେ ଧାନ ଅଭାବୀ ବିକ୍ରି ସାଙ୍ଗକୁ  ଶୀତଳ ଭଣ୍ଡାର ଅଭାବ ହେତୁ ପନିପରିବା ଫସଲ କ୍ଷତି ହେବା ସହିତ ଅଭାବ ବିକ୍ରି ର ଶିକାର ହୋଇ ପ୍ରାକୃତିକ ବିପର୍ୟ୍ଯୟର ଶିକାର ହୋଇ ଆତ୍ମହତ୍ୟା କରୁଥିବାର ନଜିର ରହିଛି। ସରକାର ଆନନ୍ଦପୁର ଠାରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଶୀତଳ ଭଣ୍ଡାର ସ୍ଥାପନା ହୋଇପାରିଲାନି ଯାହାଦ୍ୱାରା ଚଳିତ ବର୍ଷ ବିଲାତି ଚାଷୀମାନେ ଅଭାବୀ ବିକ୍ରୀର ଶିକାର ହୋଇଛନ୍ତି। ପ୍ରାଚୁର୍ଯ୍ୟରେ ଭରପୁର ଥାଇ ଦାରିଦ୍ର୍ୟର ଶିକାର ହେଉଥିବା ବେକାର ଶିକ୍ଷିତ ଯୁବକ ମାନେ ତାଲିମ ଅଭାବରୁ କାମ ଧନ୍ଦା ନପାଇ ଅବହେଳାର ଶିକାର ହେଉଛନ୍ତି।  ବେକାରୀ ସମସ୍ୟା ସମାଧନ ପାଇଁ ସବୁଜ ସୁନ୍ଦର କେନ୍ଦୁଝର ମାଟିର ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ପାଇଁ ଆନନ୍ଦପୁର ଠାରେ କୃଷି ମହାବିଦ୍ୟାଳୟ ଓ କୃଷି ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଗଲେ ପାରମ୍ପରିକ ଚାଷ ସହିତ ଅର୍ଥକାରୀ ଫସଲ ଉତ୍ପାଦନ କ୍ଷେତ୍ରରେ କେନ୍ଦୁଝର ସୁନାମ ଅର୍ଜନ କରିବା ସହିତ ଉତ୍ତର ଓଡ଼ିଶାର କୃଷି ଓ କୃଷକ ମାନଙ୍କର ଦ୍ରୁତ ବିକାଶ ଘଟିବ ବୋଲି ଗ୍ରୀନ୍ ଓଡିଶା କେନ୍ଦୁଝର ବଞ୍ଚାଅ ମଞ୍ଚ ପକ୍ଷରୁ ଦାବିପତ୍ରରେ ଉଲେଖ କରାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ