ସମାଜସେବୀ ପଞ୍ଚାନନ ଦଳେଇଙ୍କ ବିୟୋଗ
ଆସିକା (ୱାଇଏନ୍ଏସ୍): ଆସିକା ବ୍ଳକ ଅନ୍ତର୍ଗତ ଦେବଭୂମୀ ଗ୍ରାମପଞ୍ଚାୟତର ବରିଷ୍ଠ ସମାଜସେବୀ ତଥା ପରୋପକାରୀ ବ୍ୟକ୍ତି ପଞ୍ଚାନନ ଦଳେଇ (ବୟସ ପ୍ରାୟ ୫୮ ବର୍ଷ)ଙ୍କ ସୋମବାର ପ୍ରତ୍ୟୁଷରେ ହୃଦ୍ଘାତଜନିତ ଦେହାନ୍ତ ହୋଇଯାଇଛି । ସୁସଂଗଠକ ତଥା ସମାଜସେବୀ ପଞ୍ଚାନନ ଦଳେଇଙ୍କ ଅକାଳ ବିୟୋଗରେ ଦେବଭୂମୀ ଗ୍ରାମ ପଞ୍ଚାୟତ ସମେତ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ଦେବଭୂମୀ ଗ୍ରାମ ପଞ୍ଚାୟତର କର୍ପୂରନୁଆଗାଁର ମେଳାପୀ, ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ରୂପେ ପରିଚିତ ଥିବା ପଞ୍ଚାନନ ଦଳେଇଙ୍କ ଅକାଳ ବିୟୋଗରେ ପୂର୍ବତନ ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁ, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ନଚିତେତା ସ୍ୱାଇଁ, ବିଜୁ ଯୁବ ଜନତା ଦଳର ଜିଲ୍ଲା ଉପସଭାପତି ବି.ମନୋଜ କୁମାର ଦୋରା, ବିଜେଡି ନେତା ଭବାନୀ ଶଙ୍କର ମଲିକ, ଆସିକା ବ୍ଳକର ପୂର୍ବତନ ଅଧ୍ୟକ୍ଷ ହରେକୃଷ୍ଣ ମଲିକ, ବିଜେଡି ନେତା ଅନିଲ୍ କୁମାର ନାୟକ, ନନ୍ଦ କୁମାର ବିଷୋୟୀ, ସନ୍ତୋଷ କୁମାର ନାୟକ, ସନ୍ତୋଷ କୁମାର ପୋଲାଇ, ଦିଲୀପ କୁମାର ପାଣିଗ୍ରାହୀ, ପ୍ରମୋଦ କୁମାର ସ୍ୱାଇଁ, ଅଜିତ୍ କୁମାର ଚୌଧୁରୀ, ଶିବଶଙ୍କର ମହାନ୍ତି, ପ୍ରସନ୍ନ କୁମାର ତ୍ରିପାଠୀ, ଏମ୍.ତାରିଣୀ ସେନାପତି, ବିଦ୍ୟାନ୍ତ କୁମାର ଚର୍ଚ୍ଚି, ଅମୂଲ୍ୟ କୁମାର ଉପାଧ୍ୟାୟ, ମାନସ ରଂଜନ ଗୌଡ, ରଂଜନ କୁମାର ବିଷୋୟୀ, ଜିତେନ୍ଦ୍ର କୁମାର ବିଷୋୟୀ, ଜୟସେନ ସ୍ୱାଇଁ, ରବିନ୍ଦ୍ର ସାହୁ, ଚନ୍ଦ୍ରମଣି ସ୍ୱାଇଁ, ପଞ୍ଚାନନ ସ୍ୱାଇଁ, ଦେବରାଜ ନାୟକ, ଗୋପାଳ ବେହେରା, ରାଜେଶ୍ କୁମାର ପଟ୍ଟନାୟକ, ନିଗମାନନ୍ଦ ରାଉତ, ଜିତେନ୍ଦ୍ର କୁମାର ମହାରଣା, ମଧୁସୂଦନ ସ୍ୱାଇଁ, ସତ୍ୟନାରାୟଣ ସାମନ୍ତରା, ବିମଳ ପ୍ରଧାନ, ନରେନ୍ଦ୍ର ନାହାକ, ଶ୍ୱେତବସନ୍ତ ଲେଙ୍କା, ସିମାଞ୍ଚଳ ସ୍ୱାଇଁଙ୍କ ସମେତ ଦଳମତ ନିର୍ବିଶେଷରେ ବହୁମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଥିବା ଜଣାପଡିଛି । ଏକ ଶୋକକୁଳ ପରିବେଶ ମଧ୍ୟରେ କର୍ପୂରନୁଆଗାଁର ବରିଷ୍ଠ ସମାଜସେବୀ ପଞ୍ଚାନନ ଦଳେଇଙ୍କ ଅନ୍ତିମ ସଂସ୍କାର ଗ୍ରାମ୍ୟ ଶ୍ମସାନରେ ସଂପନ୍ନ ହୋଇଥିବା ଜଣାପଡିଛି । ମୃତ୍ୟୁ ଶଯ୍ୟା ନିକଟରେ ଭାଇ ବିଜୟ କୁମାର ଦଳେଇ, ସୂର୍ଯ୍ୟନାରାୟଣ ଦଳେଇ, କଂଗ୍ରେସ ଦଳେଇ, ଟୁନାରାଜୁ ଦଳେଇ, ମୁନାରାଜୁ ଦଳେଇ, ପୁତ୍ର ଗଣେଶ ଚନ୍ଦ୍ର ଦଳେଇ ଓ କାର୍ତ୍ତିକ ଚନ୍ଦ୍ର ଦଳେଇ, ସଂପର୍କୀୟ ଭୀମସେନ ଦଳେଇ, କାହ୍ନୁଚରଣ ଦଳେଇ, ସାଇରାଜ ଦଳେଇଙ୍କ ସମେତ ପରିବାର ବର୍ଗ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା।


