ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଆଜି ପବିତ୍ର ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଏବଂ ଓଡ଼ିଆ ନବବର୍ଷ ପାଳନ ଅବସରରେ ପାରଳା ସହର ଚଳଚଞ୍ଚଳ ହୋଇଉଠିଛି. ସହରର ସମସ୍ତ ହନୁମାନ ମନ୍ଦିର, ଶ୍ରୀଜଗନ୍ନାଥ ମନ୍ଦିର, ସମସ୍ତ ଶିବାଳୟ, ମା ମାଣିକେଶ୍ବରୀ ଓ ମା ନିଲମ୍ମା ଆଦି ମନ୍ଦିର ଗୁଡିକରେ ମହାବିଷୁବ ସଂକ୍ରାନ୍ତି ପାଳନ ଅବସରରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ବେଶ ଜମିଥିଲା. ପାରଳା ସହର ସାରା ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳନ ଅବସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା. ଶ୍ରୀ ହନୁମାନ ଜୟନ୍ତୀ ପାଳନ ଅବସରରେ ସହରର ତୋଟା ହନୁମାନ, ରେଳ ଷ୍ଟେସନ ନିକଟସ୍ଥ ହନୁମାନ ମନ୍ଦିର, କାଚରା ସାହି, କରଣ ସାହି, କେଉଟ ସାହି ଠାରେ ଥିବା ହନୁମାନ ମନ୍ଦିରରେ ପୂଜା ପାଠ କରାଯିବା ସହ ହଜାର ହଜାର ଭକ୍ତଙ୍କୁ ଅନ୍ନ ପ୍ରସାଦ ପ୍ରଦାନ କରାଯାଇଥିଲା. ଅନ୍ୟାନ୍ୟ ମନ୍ଦିର ଗୁଡିକରେ ଭକ୍ତମାନଙ୍କୁ ପଣା ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ