ଆସନ୍ତା କାଲି ଆତ୍ମପ୍ରକାଶ କରିବ ରାଜ୍ୟ ରାଜନୀତିରେ ନୂଆ ଆଂଞ୍ଚଳିକ ଦଳ ଓଡିଶା ଜନତା କଂଗ୍ରେସ
କଟକ(ଓ୍ବାଇଏନଏସ) : ଆସନ୍ତା କାଲି ଆତ୍ମପ୍ରକାଶ କରିବ ରାଜ୍ୟ ରାଜନୀତିରେ ନୂଆ ଆଂଚଳିକ ଦଳ ଓଡିଶା ଜନତା କଂଗ୍ରେସ। ଭୁବନେଶ୍ଵର ପ୍ରଦର୍ଶନୀ ପଡିଆରେ ବଡ ସମାବେଶ କରାଯିବ। ଏହାପୂର୍ବରୁ ଆଜି ଓଡ଼ିଶା ଜନତା କଂଗ୍ରେସର ପ୍ରତିଷ୍ଠାତା ସଭାପତି ମହମ୍ମଦ ମୋକିମ୍ ଆଜି ସଭାସ୍ଥଳ ପରିଦର୍ଶନ କରିଛନ୍ତି। Gen Z ଙ୍କୁ ନେଇ ଦଳ ଆଗକୁ ବଢିବ। ବିଜେପି ବିରୁଦ୍ଧରେ ଲଢେଇ ହେବ। ବିଜେଡ଼ି କଂଗ୍ରେସ ର ବହୁ ନେତା ଓ ବିଧାୟକ ଆମ ଯୋଗାଯୋଗରେ ଅଛନ୍ତି । ନିର୍ବାଚନ ସମୟରେ ସେମାନେ ଆମ ସହିତ ରହିବେ ବୋଲି ମୋକିମ୍ କହିଛନ୍ତି। ଓଡିଶାରେ ଏକମାତ୍ର ଆଂଚଳିକ ଦଳ ବିଜେଡ଼ି ଏବେ ଲୋକଙ୍କ ଠାରୁ ଦୁରେଇ ଯାଇଛି। ସେଥିପାଇଁ ଆମେ ବିକଳ୍ପ ଭାବେ ରାଜ୍ଯ ବାସୀ ଙ୍କ ସମର୍ଥନ ଲୋଡ଼ୁ ଛୁ ବୋଲି ମୋକିମ୍ କହିଛନ୍ତି । ଅନ୍ୟ ପକ୍ଷରେ ଆଗାମୀ ଦିନରେ ମୋକିମଙ୍କ ଝିଅ ତଥା କଟକ-ବାରବାଟି ବିଧାୟିକା ସୋଫିଆ ଫିର୍ଦୋଶ ଏହାର ନେତୃତ୍ବ ନେବେ ବୋଲି ସୂଚନା ଦେଇଛନ୍ତି।


