୨ ଲକ୍ଷ ଟଙ୍କାର ପିଆଶାଳ କାଠ ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ମୋହନା ବ୍ଲକରେ ଚୋରାଚାଲାଣ ପାଇଁ ଲୁଚାଇ ରଖା ଯାଇଥିବା 2 ଲକ୍ଷ ଟଙ୍କାରୁ ଉର୍ଦ୍ଧ ପିଆଶାଳ କାଠଗଣ୍ଡିକୁ ବନବିଭାଗ ତରଫରୁ ଜବତ କରାଯାଇଥିବା ସୂଚନା ମିଳିଛି. ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ କେ ନାଗରାଜୁ ନିଦେଶକ୍ରମେ ମୋହନା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଷୋଇ ଓ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ରୂପକ ପ୍ରଧାନ ବିଶେଷ ସୂତ୍ରରୁ ଖବର ପାଇ ବନପାଳ ଓ ଜଙ୍ଗଲ ସୁରକ୍ଷା ଟିମଙ୍କୁ ନେଇ ଜରଉ ପଂଚାୟତର ଯୁବ ଗ୍ରାମ ନିକଟ ଜଙ୍ଗଲରେ ଗତ 14 ତାରିଖ ମଙ୍ଗଳବାର ସନ୍ଧ୍ୟାରେ ଚଢ଼ାଉ କରିଥିଲେ. ଜଙ୍ଗଲ ମଧ୍ୟରେ ଲୁକ୍କାୟିତ ଭାବେ ଚୋରାଚାଲାଣ ପାଇଁ ରଖା ଯାଇଥିବା 2 ଲକ୍ଷ ଟଙ୍କାରୁ ଉର୍ଦ୍ଧ ପିଆଶାଳ ଗଣ୍ଡିକୁ ଜବତ କରାଯାଇଥିଲା. ଗଜପତି ଜିଲ୍ଲାରେ ଜଙ୍ଗଲର ସୁରକ୍ଷା ପାଇଁ ଅମୁଲ୍ୟ ବନ ସମ୍ପଦକୁ କାଟି ଚୋରାଚାଲାଣ ପାଇଁ ରଖିଥିବା ଚୋରା କାଠ ବେପାରୀଙ୍କୁ ଅତି ତୁରନ୍ତ ଗିରଫ ପାଇଁ ବନ ବିଭାଗ ତଦନ୍ତ ଜାରି ରହିଥିବା ବନବିଭାଗ ତରଫରୁ ସୂଚନା ମିଳିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ