ଅଗ୍ନିଶମ ସେବା ସପ୍ତାହରେ ସଚେତନତା

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ ):-୧୯୯୪ ମସିହା ଏପ୍ରିଲ ୧୪ ତାରିଖ ଦିନ ମୁମ୍ବାଇସ୍ଥିତ ଭିକ୍ଟୋରିଆ ଡକସିପରେ ଭୟାବହ ଅଗ୍ନିକାଣ୍ଡ ଘଟି ୬୬ ଜଣ ଅଗ୍ନିଶମ କର୍ମଚାରୀଙ୍କ ଶୋଚନୀୟ ମୃତ୍ୟୁବରଣ କରିଥିଲେ। ଏହି ଦିନଟିକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଏପ୍ରିଲ ୧୪ ତାରିଖରୁ ୨୦ ତାରିଖ ଯାଏ ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳିତ ହୋଇଥାଏ।ପୁରୀ ଜିଲ୍ଲା ଅସ୍ତରଙ୍ଗ  ଅଗ୍ନିଶମ ବିଭାଗ ପକ୍ଷରୁ ଜାତୀୟ ଅଗ୍ନିଶମ ସେବା ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଏହି ସେବା ସପ୍ତାହ ଅବସରରେ ଅସ୍ତରଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ଅସ୍ତରଙ୍ଗ ଜାଗୁଳାଇ ପଡିଆରେ ଜନସାଧାରଣଙ୍କ ସଚେତନତା ଉଦ୍ଦେଶ୍ୟରେ ଏକ ନିଆରା ପ୍ରୟାସ କରାଯାଇଛି।ସବୁ ଜରୁରୀ ପରିସ୍ଥିତିରେ ଅଗ୍ନିଶମ ବିଭାଗର ଆବଶ୍ୟକତା ପଡିଥାଏ। ଏଣୁ ଅଗ୍ନିଶମ ସେବା ସପ୍ତାହ ଅବସରରେ ଲୋକ ମାନଙ୍କୁ ଆବଶ୍ୟକୀୟ ଅଗ୍ନି ନିର୍ବାପକ ସମ୍ପର୍କରେ ଅବଗତ କରାଇବା ପାଇଁ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ୨ଟି ଦମ୍ କଳ ଗାଡି ବାହାରି ଅସ୍ତରଙ୍ଗ ବଜାର, ବିଭିନ୍ନ ବିଦ୍ୟାଳୟ କାକଟପୁର ବଜାର ପରିକ୍ରମା ସହ ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ଅଗ୍ନି ନିରାପତ୍ତା ବିଷୟରେ ସଚେତନ କରାଇବା ସହିତ ବର୍ତମାନ କାର୍ଯ୍ୟକ୍ଷମ ହେଉଥିବା ଜରୁରୀ ଯୋଗାଯୋଗ ନଂ ୧୦୧ବଦଳରେ ୧୧୨ବ୍ୟବହାର କରିବାକୁ ଲୋକମାନଙ୍କୁ ସଚେତନ କରାଯାଇଛି। ଏଥି ସହ ଅଗ୍ନିସୁରକ୍ଷା ପାଇଁ ବ୍ୟବହୃତ ଉପକରଣକୁ କିପରି ସଠିକ ଭାବେ ରକ୍ଷଣାବେକ୍ଷଣ କରାଯାଇ ପାରିବ ସେ ନେଇ ମଧ୍ୟ ସଚେତନ କରାଯାଇଛି। ସୁରକ୍ଷା ପାଇଁ ଉପକରଣ ସୁରକ୍ଷା ନିତାନ୍ତ ଆବଶ୍ୟକ। ଏହି ସପ୍ତାହ ମଧ୍ୟରେ ଅସ୍ତରଙ୍ଗ ଅଗ୍ନିଶମ ସେବା କେନ୍ଦ୍ର ପକ୍ଷରୁ ବ୍ଲକର ବିଭିନ୍ନ ସ୍ଥାନରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯିବ ବୋଲି ଅଗ୍ନିଶମ କେନ୍ଦ୍ରର ୱାଇସି ତୁଷାର କାନ୍ତ ପରିଜା ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ଗାଡି ଚାଳକ ପ୍ରସନ ବେହେରା,ଦୀପକ ବେହେରା, ଆଗ୍ନୀକ ସାରଦା ପ୍ରସନ୍ନ ସ୍ୱାଇଁ, ନିରଞ୍ଜନ ମାନ ସିଂ, ସୁବ୍ରତ ସାମଲ, ସତ୍ୟବ୍ରତ ବାରିକ ଓ ଅନ୍ୟ ସମସ୍ତ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ