ସିବିଏସ୍ଇ ଦଶମ ପରୀକ୍ଷାରେ ଶୀର୍ଷା ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀ

ସାରସକଣା,(ଭଗୀରଥ ମହାନ୍ତ) : ଗତକାଲି ପ୍ରକାଶିତ ହୋଇଥିବା ସି.ବି.ଏସ୍.ଇ. ଦଶମ ଶ୍ରେଣୀ ପରୀକ୍ଷା ଫଳ ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ୍ ଅନ୍ତର୍ଗତ ଶୀର୍ଷାସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଭଲ ସଫଳତା ପାଇଛନ୍ତି । ଯାହା ମୟୂରଭଞ୍ଜ ଜିଲ୍ଲା ପାଇଁ ଗୌରବର ବିଷୟ ପାଲଟି ଯାଇଛି । ବିଦ୍ୟାଳୟର ମୋଟ ପାସ୍ ହାର ୯୪.୭୩ ପ୍ରତିଶତ ହୋଇଥିବା ବେଳେ ପାଞ୍ଚ ଜଣ ଛାତ୍ର ଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ବିଦ୍ୟାଳୟର ସୁନାମ ବଢ଼ାଇ ଦେଇଛନ୍ତି । ଏହି ପରୀକ୍ଷା ଫଳକୁ ନେଇ ଛାତ୍ର , ଛାତ୍ରୀ , ଅଭିଭାବକ , ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଖୁସି ହୋଇଛନ୍ତି । ଶୀର୍ଷାସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସୁମନ ଜାନାଙ୍କ ଠାରୁ ମିଳିଥିବା ତଥ୍ୟ ଅନୁସାରେ ଉକ୍ତ ବିଦ୍ୟାଳୟର ଛାତ୍ର ଅମ୍ରିତ କୁମାର ଗୋଚ୍ଛାୟତ ୯୫.୨ ପ୍ରତିଶତ ମାର୍କ ରଖିଥିବା ବେଳେ ସଞ୍ଜୟ କୁମାର ଦଣ୍ଡପାଟ ୯୩.୪ ପ୍ରତିଶତ ମାର୍କ , ସତ୍ୟପ୍ରଜନ ସାହୁ ୯୩ ପ୍ରତିଶତ ମାର୍କ , ଛାତ୍ରୀ ସୁହାନି ପ୍ରହରାଜ ୯୨.୮ ପ୍ରତିଶତ ମାର୍କ ଓ ମଧୁସ୍ମିତା ମାହାତୋ ୯୦.୨ ପ୍ରତିଶତ ମାର୍କର ନମ୍ବର ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଥିବାରୁ ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀଙ୍କ ତରଫରୁ ଅଧ୍ୟକ୍ଷ ହିସାବରେ ବିଦ୍ୟାଳୟର ଏହି ସଫଳତା ପାଇଁ ପାସ୍ କରିଥିବା ଛାତ୍ର , ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କ ଭବିଷ୍ୟତ ଉଚ୍ଚ ଶିକ୍ଷା ମଙ୍ଗଳମୟ ହେବା ସହିତ ଆହୁରି ଭଲ କରନ୍ତୁ ବୋଲି ଆଶା ପୋଷଣ କରିବା ସହିତ ଏହି ପାଞ୍ଚ ଜଣଙ୍କ କୃତିତ୍ୱ ଆକୃତ କାର୍ଯ୍ୟ ହୋଇଥିବା ଛାତ୍ର , ଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ଆଶା ପୋଷଣ କରିବା ସହିତ କହିଛନ୍ତି । ଛାତ୍ର , ଛାତ୍ରୀ ମାନେ କିଭଳି ଜିଲ୍ଲା ତଥା ରାଜ୍ୟ ସ୍ଥରରେ ଗୌରବ ଅର୍ଜନ କରିବେ ସେଥିପାଇଁ ବିଦ୍ୟାଳୟ ସବୁ ବେଳେ ଚେଷ୍ଟା କରିବା ସହିତ ଶିକ୍ଷକ , ଶିକ୍ଷୟିତ୍ରୀ ମାନଙ୍କ କଠିନ ପରିଶ୍ରମ କରିଛନ୍ତି ଏବଂ ଆଗାମୀ ଦିନରେ ଛାତ୍ର , ଛାତ୍ରୀ ମାନଙ୍କର ଶତ ପ୍ରତିଶତ ଫଳା ଫଳ ଆଣିବାକୁ ସମସ୍ତଙ୍କ ପ୍ରଚେଷ୍ଟା ଜାରି ରହିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ