ଶ୍ରମିକ ଦିବସ ପାଳନ ପାଇଁ ପ୍ରସ୍ତୁତି ସଭା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଠାରେ ଆସନ୍ତା ମେ ୧ ତାରିଖରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ପାଇଁ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି।କୋର୍ଟ କଲୋନୀ ସ୍ଥିତ ଖେମୁଣ୍ଡି ଚିତ୍ରକଳା ବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ ଶିବ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଶ୍ରମିକ ସଙ୍ଗଠନ ସିଆଇଟିୟୁ ସହବନ୍ଧିତ ଖେମୁଣ୍ଡି ବିଶ୍ଵକର୍ମା ରାଜମିସ୍ତ୍ରୀ ଓ କାରିଗର ସଂଘ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ଆନ୍ତର୍ଜାତୀୟ ଶ୍ରମିକ ଦିବସ ମହା ସମାରୋହରେ ପାଳନ କରାଯିବା ନିମନ୍ତେ ସଭାରେ ବିସ୍ତୃତ ଆଲୋଚନା କରାଯାଇ ସର୍ବସମ୍ମତ ପ୍ରସ୍ତାବ ଗୃହୀତ କରାଯାଇଥିଲା। ସ୍ଥାନୀୟ ଶ୍ରୀ ଚନ୍ଦ୍ରଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପ ରେ ଶ୍ରମିକ ସମାବେଶ କରାଯିବ। ଉକ୍ତଦିନ ସକାଳ ୧୦ ଟା ରେ ଲାଲ ପତାକା ଉତ୍ତୋଳନ କରାଯିବା ପରେ ଆଲୋଚନା ସଭା କରାଯିବା ନିମନ୍ତେ ସଭାରେ ନିଷ୍ପତ୍ତି ନିଆଯାଇଥିଲା।ସଂଘର ଉପଦେଷ୍ଟା ତଥା ଆଇନଜୀବୀ କୁରେଶୁ ପଣ୍ଡା, ସମ୍ପାଦକ ସୁଦାମ ସେଠୀ, କଂଗ୍ରେସ ସେଠୀ, କୋଷାଧ୍ୟକ୍ଷ ଉପେନ୍ଦ୍ର ବେହେରା, ଶିବରାମ ସାହୁ ଙ୍କ ସମେତ ବହୁ ସଂଖ୍ୟକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।


