ନିସାଦ୍ରୀ ବାଳିକା ଶିକ୍ଷା ସୌଧର ସଫଳତା
ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲ୍ଲାର ମୁନିଗୁଡା ନିକଟବର୍ତ୍ତୀ ହୁକୁମତୋଳା ଠାରେ ଅବସ୍ଥିତ ନିସାଦ୍ରୀ ବାଳିକା ଶିକ୍ଷା ସୌଧର ଜନଜାତି ଛାତ୍ରୀମାନେ ଚଳିତ ଶିକ୍ଷା ବର୍ଷରେ ସର୍ବାଧିକ କୃତିତ୍ୱ ହାସଲ କରିଥିବା ଜଣା ପଡ଼ିଛି । ଭାରତ ସରକାରଙ୍କ ଜନଜାତି ମନ୍ତ୍ରଣାଳୟ ସହାୟତା ଏବଂ ସ୍ୱେଚ୍ଛାସେବୀ ସଂଗଠନ ନିସାଦ୍ରୀ ଦ୍ୱାରା ପରିଚାଳିତ ଉକ୍ତ ଆବାସିକ ବିଦ୍ୟାଳୟର ୫ ଜଣ ଛାତ୍ରୀ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଏବଂ ୧୧ ଜଣ ଛାତ୍ରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷାରେ କୃତିତ୍ୱ ହାସଲ କରିବା ସହ ନାମ ଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।ଛାତ୍ରୀ ମାନଙ୍କର ଏହି ସଫଳତା ପାଇଁ ଅନୁଷ୍ଠାନର ନିଦ୍ଦେର୍ଶକ ଶ୍ରୀ ସାରଙ୍ଗଧର ସାମଲ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ପ୍ରକାଶ ଥାଉକି କେତେବେଳ ଅନୁସୂଚିତ ଜନଜାତିର ଗରିବ ଶ୍ରେଣୀ ଛାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ବିଦ୍ୟାଳୟ ୩ ଦଶନ୍ଧି ଧରି ଏହି ଅଞ୍ଚଳରେ ଆବାସିକ ବ୍ୟବସ୍ଥା ସହ ଶିକ୍ଷା ପ୍ରଦାନ କରି ଆସୁଛି ।


