ନା’ବାଳିକା ଝିଆରୀକୁ କକାର ଦୁର୍ବ୍ୟବହାର ଅଭିଯୋଗ

ହାଟଡିହି (ଓ୍ବାଇଏନଏସ) : ନନ୍ଦିପଦା ଥାନା ଅଁରା ଗ୍ରାମରେ ୧୩ ବର୍ଷୀୟ ନା’ବାଳିକା ଝିଆରୀକୁ ତାର କକା ଦୁର୍ବ୍ୟବହାର କରିଥିବା ଥାନାରେ ଅଭିଯୋଗ ହୋଇଛି। କକା ଜଣକ ବିବାହିତ ହୋଇଥିବା ବେଳେ ତାର ଦୁଇଟି ଛୁଆ ଅଛନ୍ତି। କିନ୍ତୁ ଗତ କିଛିଦିନ ହେଲା ସେ ଝିଆରୀ କୁ ଖରାପ ଦୃଷ୍ଟିରେ ଦେଖି ଆଶାଳୀନ ବ୍ୟବହାର ପ୍ରଦର୍ଶନ କରି ଆସୁଥିବା ବେଳେ ଆଜି ଏକୁଟିଆ ପାଇ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗର ସତ୍ୟତାକୁ ନେଇ ପୋଲିସ ଉଭୟଙ୍କୁ ପଚରା ଉଚୁରା କରୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ