ଲକ୍ଷାଧିକ ଟଙ୍କା ଖର୍ଚ୍ଚ କାମରେ ଆସୁନି ପୋଖରୀ

କନ୍ଧମାଳ(ଓ୍ବାଇଏନଏସ) :  ଫୁଲବାଣୀ ସହର ରେ ସମାନ୍ତରାଳରେ ଥିବା ତିନୋଟି ମୁନିସିପାଲିଟି ବନ୍ଧ ମଧ୍ୟରୁ ଦୁଇଟି ବଡ଼ ବଡ଼ ବନ୍ଧ ରେ ସଫେଇ ଓ ପଙ୍କ ଓଝାଳିବା ଓ ଗୋଟିଏ ରେ ବୋଟିଙ୍ଗ ବ୍ୟବସ୍ଥା କରିବା ରେ ମୁକ୍ତା ଯୋଜନାରେ ମହାଦୁର୍ନୀତି ହୋଇଥିବା ନେଇ ସମାଜ ସେବୀ ଅଶୋକ ପରିଡା ଓ ବରିଷ୍ଠ ଆଇନଜୀବୀ ସୌମେନ୍ଦ୍ର କୁମାର ସାହୁ ଅଭିଯୋଗ କରିଛନ୍ତି! ନୀଳିଆ ବନ୍ଧ ସଫେଇରେ ପଙ୍କ ଉଝାଳିବା ଓ ବଡ଼ବଡ଼ ଗୁଳ୍ମ କୁ ମୂଳାତ୍ପାଟନ ପାଇଁ କୁଆଡେ ୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା କୁହା ଯାଉଛି! ଅଧକ୍ଷା ସ୍ମିତାରାଣୀ ମହାନ୍ତି ଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟ ହେଲା! ପଙ୍କ ଭଲରେ ଉଝଳା ଗଲାନାହିଁ! ବଡ ବଡ଼ ଗୁଳ୍ମ କୁ ମୂଳରୁ ଉପଡା ନ ଯାଇଥିବାରୁ ଛ ଅ ମାସମଧ୍ୟରେ ପୁନଃ ଗୁଳ୍ମ ଜୀବିତ ହୋଇ ସମ୍ପୂର୍ଣ ବନ୍ଧ କୁ ଗ୍ରାସ କରିବା ଫଳରେ ବନ୍ଧ ଟି ଅଧିକ ମାତ୍ରାରେ ବ୍ୟବହୁରୁତ ହୋଇପାରିଲା ନାହିଁ! ଦୀର୍ଘ ଦିନ ଧରି ଅବ୍ୟବହୃତ ବନ୍ଧକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ବନ୍ଧକୁ ଲୋକଙ୍କ କାମରେ ନ ଆସିବାରୁ କେବଳ ଅର୍ଥ ଶ୍ରାଦ୍ଧ ଓ ବାଟମାରଣା ହେଲା ବୋଲି ସହର ର ସର୍ବସାଧାରଣରେ ଆଲୋଚ୍ୟ ବିଷୟ ହୋଇଛି! ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ହେଉ ବୋଲି କ୍ଷିପ୍ର ନ୍ୟାୟିକ ମଞ୍ଚର ସମ୍ପାଦକ ତୁଷାର କାନ୍ତ ନାୟକ ( ଆଇନଜୀବୀ ), ଫାଉଣ୍ଡର ମେମ୍ବର ମହମଦ ଜିଆଉଦ୍ଦିନ ଅହମଦ ଓ ଜୋନାଲ ସେକ୍ରେଟାରୀ ଅମନ ଚନ୍ଦ୍ର ନାୟକ ଦାବୀ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ