ଶ୍ରୀରାମ ଚନ୍ଦ୍ରଙ୍କ ବାର୍ଷିକ ଉତ୍ସବ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ବାଇପୁରସ୍ଥିତ ରାମ ମନ୍ଦିରରେ ଶ୍ରୀ ଶ୍ରୀ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଚନ୍ଦ୍ରଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ଗ୍ରାମ୍ୟ ପୁଷ୍କରିଣୀରୁ ୭୦ରୁ ଉର୍ଦ୍ଧ୍ୱ କଳସ ଶୋଭାଯାତ୍ରାରେ ଅଣାଯାଇ ଗ୍ରାମ ପରିକ୍ରମା ପୂର୍ବକ ଘଟ ସ୍ଥାପନ କରାଯାଇଥିଲା । ମୁଖ୍ୟ କଳସ ରବିନ୍ଦ୍ର କୁମାର ପଣ୍ଡା, କିଶୋର ଚନ୍ଦ୍ର ସେନାପତି, ପରମେଶ୍ୱର ସେନାପତି, ଶତୃଘ୍ନ ସେନାପତି, ଜଗନ୍ନାଥ ନାୟକ ଏବଂ ପାଶ୍ୱର୍ କଳସ ଜଗବନ୍ଧୁ ସାହୁ, ଜୀବନାନନ୍ଦ ସେନାପତି, ନୃସିଂହ ସ୍ୱାଇଁ, ପ୍ରଶାନ୍ତ ସେନାପତି, ଶ୍ରୀକାନ୍ତ ସେନାପତି, ସତ୍ୟବ୍ରତ ସେନାପତି, ଓମଁ ପ୍ରକାଶ ସେନାପତି, ଜୟ ପ୍ରକାଶ ସେନାପତି, ସତ୍ୟ ପ୍ରକାଶ ସେନାପତି, ସଞ୍ଜୟ ସେନାପତି, ଅଜୟ ସେନାପତି, ସଶ୍ମିତା ପଣ୍ଡା, ପ୍ରମିଳା ସେନାପତି, ମନୋରମା ପଣ୍ଡା, ପୂର୍ଣ୍ଣିମା ସାହୁ, ଜ୍ୟୋତିର୍ମୟୀ ସେନାପତି, ଇନ୍ଦୁମତୀ ସେନାପତି, ଶାନ୍ତିଲତା ସ୍ୱାଇଁ, ସୋନି ସାହୁ ପ୍ରମୁଖ ଧାରଣ କରିଥିଲେ । ରବିନ୍ଦ୍ର କୁମାର ପଣ୍ଡା ଓ ସଶ୍ମିତା ପଣ୍ଡା କର୍ତ୍ତା ଦାୟୀତ୍ୱ ତୁଲାଇଥିଲେ । ବୁଧବାର ନୈମିତ୍ତିକ ପୂଜା, ମଣ୍ଡପସ୍ଥ ଦେବଦେବୀଙ୍କ ପୂଜନ, ଶ୍ରୀଗୀତା ଓ ଶ୍ରୀ ଚଣ୍ଡୀ ପାଠ ସହ ଆହୂତି ପ୍ରଦାନ, ଶ୍ରୀରାମଙ୍କ ସହସ୍ର ନାମ ପାଠ, ଚରୁ ସାଧନ ଓ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଆଚାର୍ଯ୍ୟ ପଣ୍ଡିତ ପଦ୍ମନାଭ ପଣ୍ଡା, ଧରଣୀଧର ଦ୍ୱିବେଦୀ, ନିତ୍ୟ ପୂଜକ ପଦ୍ମନାଭ ନନ୍ଦ ସମସ୍ତ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ସନ୍ଧ୍ୟାରେ ପଣ୍ଡିତ ଚିତ୍ତ ରଞ୍ଜନ ନାୟକଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଫୁଲ୍ଲ କୁମାର ସାହୁ, କୈଳାସ ସେନାପତି, ସୁଦର୍ଶନ ସେନାପତି, ରାଜେଶ କୁମାର ପଣ୍ଡାଙ୍କ ସମେତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ