ଘର ପଛ କବାଟ ତାଡି ଲକ୍ଷାଧିକ ସମ୍ପତି କଳା କନା ବୁଲାଇଲେ ଦୁର୍ବୃତ୍ତ
କଲ୍ୟାଣସିଂହପୁର,(ଏଙ୍କେଟେଶ୍ୱର ପାଢ଼ୀ): ଦିନକୁ ଦିନ ଚୋରି ଓ ଲୁଟ୍ ଘଟଣା ବଢ଼ିବାରେ ଲାଗିଛି। ସେହିପରି ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ସଦର ଗ୍ରାମର ଦାନୁ ସାହିରେ ଘର ମାଲିକ ନଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସମ୍ପତି କଳାକନା ବୁଲାଇ ଲୁଟ୍ କରିଥିବା ଘଟଣା ଅଚଳରର ଚର୍ଚା ହେଉଛି । ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଦାନୁ ସାହିରେ ଘଟିଛି ଏହି ଚୋରି ଘଟଣା। ସ୍ଥାନୀୟ ବାସିନ୍ଦା ସୁଶାନ୍ତ ସେନାପତିଙ୍କ ଘରେ କେହି ନଥିବା ବେଳେ ଦୁର୍ବୃତ୍ତମାନେ ଘର ପଛପଟ ଦ୍ୱାର ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ।ଘର ଭିତରେ ଥିବା ଆଲମାରୀକୁ ଭାଙ୍ଗି ଦୁର୍ବୃତ୍ତମାନେ ସୁନା ଗହଣା ସହ ନଗଦ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ଚୋରି ହୋଇଥିବା ସାମଗ୍ରୀ ମଧ୍ୟରେ ଦୁଇଟି ସୁନା ଚେନ୍, ଦୁଇଟି ମୁଦି, କାନ ଫୁଲ, ସୁନା ହାର ଓ ପ୍ରାୟ ୩ ଲକ୍ଷ ଟଙ୍କା ନଗଦ ରହିଥିବା ଜଣାପଡ଼ିଛି।ଘଟଣା ପରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶୀଘ୍ର ଦୁର୍ବୃତ୍ତମାନଙ୍କୁ ଗିରଫ କରିବା ସହ ଚୋରି ସାମଗ୍ରୀ ଉଦ୍ଧାର ପାଇଁ ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି।ଏହି ଘଟଣା ପୋଲିସ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିଛି। ଦୁର୍ବୃତ୍ତମାନେ କେବେ ଧରାପଡ଼ିବେ ଏବଂ ଚୋରି ହୋଇଥିବା ସାମଗ୍ରୀ କେବେ ଉଦ୍ଧାର ହେବ, ସେଥିପାଇଁ ସମସ୍ତଙ୍କ ନଜର ରହିଛି।ଏ ସମ୍ପର୍କରେ ଥାନା ଅଧିକାରୀ କଳ୍ପନା ବେହେରା ଙ୍କୁ ପଚାରିବାରୁ ଜିଲ୍ଲାରୁ ଷଣ୍ଟିଫିକ ଟିମ ଶହ ସନ୍ଧାନୀ କୁକୁର ଆସିବାପରେ ତଦନ୍ତ ହେବ ଚୋର ଧରା ପଡିବ ବୋଲି ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି।ଦିନରେ ସନ୍ଧେହରେ ଦୁଇ ଜଣଙ୍କୁ ଆଣି ପଚରା ଉଚରା କରୁଥିବା ବେଳେ ପ୍ରକୃତ ଚୋର ଧରିବା ପାଇଁ ପ୍ରାଣ ପ୍ରଣେ ଚେଷ୍ଟା କରୁଥିବା ଜଣା ପଡିଛି।


