ରଥ ଯାତ୍ରା ଅବସରରେ ଓଡିଶୀ ନୃତ୍ୟ ନୃତ୍ୟ ପରିବେଷଣ
ବ୍ରହ୍ମପୁର,(ସୁଦିପ କୁମାର ସାହୁ):କଳାଞ୍ଜଳି ଆର୍ଟିଷ୍ଟ୍ରୀ ଟ୍ରଷ୍ଟ ଓ କାଳୁଆ ନାଟ୍ୟ କଳା ପରିଷଦ ତରଫରୁ ଗୋସାଣୀ ନୂଆ ଗ୍ରାମ ଠାରେ ଆୟୋଜିତ ରଥ ଯାତ୍ରା ଉପଲକ୍ଷେ ଗୋପାଳକୃଷ୍ଣ ରଙ୍ଗ ମଞ୍ଚରେ ରଥ ଯାତ୍ରା ମହୋତ୍ସବ ଅବସରରେ ଓଡିଶୀ ନୃତ୍ୟ ଦର୍ଶକ ମାନଙ୍କ ମନକୁ ଉତ୍ସାହିତ କରିଛି । ଏପରି ଉତ୍ସବରେ ଟ୍ରଷ୍ଟର ପ୍ରତିଷ୍ଠାତ୍ରୀ ରାମେଶ୍ୱରୀ ନନ୍ଦ ସଂଯୋଜନା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବଶିଷ୍ଠ ସାମ୍ୱାଦିକ ତଥା କଣ୍ଠଶିଳ୍ପୀ ସୁଦୀପ କୁମାର୍ ସାହୁ ଯୋଗ ଦେଇ କାଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଜଗନ୍ନାଥଙ୍କ ଏକ ଭଜନ ଗାନ କରିଥିଲେ । ସମ୍ମାନୀତ ଅତିଥି ରୂପେ କଳା ପରିଷଦର ସଭାପତି କୁରେଶ ପଣ୍ଡା, ଶୁଶାନ୍ତ ପାତ୍ର, ଉମେଶ ଚୌଧୁରୀ, କିଶୋର ସାହୁ, ମାନସ ରଞ୍ଜନ ରଥ ଓ ମଡେଲର ପୁଷ୍ପଲତା ପାଣିଗ୍ରାହୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏଠାରେ କଳାକାର ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା,। ଶେଷରେ ରଶ୍ମୀ ଧନ୍ୟ ବାଦ୍ ଅର୍ପଣ କରିଥିଲେ ।ଜୁଲାଇ ୨୩ ତାରିଖ ଯାଏଁ ଏପରି ମହୋତ୍ସବ ଜାରି ରହିବ । ଉତ୍କଳିକା ଅନୁଷ୍ଠାନର ଗୁରୁ ଶେଖର ସୁମନ ମାଝିଙ୍କ ଉପସ୍ଥିତିରେ ଓଡିଶୀ ସହ ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିଲା ।


