ବେଲଗୁଣ୍ଠା ମହାଲକ୍ଷ୍ମୀ ମନ୍ଦିରରେ ଅଗ୍ନିକାଣ୍ଡ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ବେଲଗୁଣ୍ଠା ସହରର ଅନ୍ୟତମ ପ୍ରସିଦ୍ଧ ଶ୍ରୀ ମହାଲକ୍ଷ୍ମୀ ମନ୍ଦିର ଏକ ବଡ଼ଧରଣର ଅଗ୍ନିକାଣ୍ଡ ଅଘଟଣରୁ ଅଳ୍ପକେ ବଞ୍ଚିଯାଇଛି ।ମିଳିଥିବା ସୂଚନା ମୁତାବକ, ଆଜି ସକାଳେ ମନ୍ଦିର ପୂଜାର୍ଚ୍ଚନା ସାରି ପୂଜକ ବଳରାମ ପଣ୍ଡା ମନ୍ଦିର ବନ୍ଦ କରି ଘରକୁ ଯାଇଥିଲେ। ସନ୍ଧ୍ୟା ସମୟରେ ମନ୍ଦିରକୁ ଫେରି ମହାଲକ୍ଷ୍ମୀଙ୍କ ଭୋଗ ‘ପୁଳି’ ପ୍ରସ୍ତୁତ କରିବା ପାଇଁ ଗ୍ୟାସ ଚୁଲି ଲଗାଇବାକୁ ଚେଷ୍ଟା କରିଥିଲେ। ତେବେ ପୂର୍ବରୁ ଗ୍ୟାସ ସଂଲଗ୍ନ ପାଇପରୁ ଗ୍ୟାସ ଲିକ୍ ହୋଇ ରୋଷେଇ ଘରସାରା ଗ୍ୟାସ ବ୍ୟାପି ରହିଥିଲା। ପୂଜକ ଶ୍ରୀ ପଣ୍ଡା ଯେତେବେଳେ ଚୁଲିରେ ନିଆଁ ସଂଯୋଗ କରିଥିଲେ, ହଠାତ୍ ଅଗ୍ନିସଂଯୋଗ ଘଟି ନିଆଁ ସାରା ଘରକୁ ବ୍ୟାପିଯାଇଥିଲା।ଏହି ଦୁର୍ଘଟଣାରେ ପୂଜକଙ୍କ ଗୋଡ଼ ଏବଂ ଛାତିରେ ସାମାନ୍ୟ ନିଆଁ ଲାଗି ସେ ଆହତ ହୋଇଛନ୍ତି। ଘଟଣା ପରେ ତୁରନ୍ତ ତାଙ୍କୁ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।ମା’ ମହାଲକ୍ଷ୍ମୀଙ୍କ ଅପାର କୃପାରୁ ଆଜି ଏକ ନିଶ୍ଚିତ ବଡ଼ ଅଘଟଣରୁ ମନ୍ଦିର ସହ ପୂଜକଙ୍କ ଜୀବନ ରକ୍ଷା ପାଇଯାଇଛି ବୋଲି ସ୍ଥାନୀୟ ଶ୍ରଦ୍ଧାଳୁ ଓ ଜନସାଧାରଣରେ ଆଲୋଚନା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ