କେନ୍ଦ୍ର ବହୁମୂଖୀ ସମବାୟ ସମିତି ଲିଃର ବାର୍ଷିକ ସାଧାରଣ ସଭା
ଆସିକା (ୱାଇଏନ୍ଏସ୍) : ଗଞ୍ଜାମ ଜିଲ୍ଲାର କୃଷିଜୀବୀ ମାନଙ୍କ ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବା ସହ ଚାଷୀ ସମାଜକୁ ଆତ୍ମନିର୍ଭରଶୀଳ କରିବା ପାଇଁ ୧୯୩୯ମସିହାରେ ସ୍ଥାପିତ ହୋଇଥିବା ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃ (ଏସିଏମ୍ପିସିଏସ)କୁ ଏକ ଅଗ୍ରଣୀ ଲାଭଜନକ ସଂସ୍ଥାରେ ପରିଗଣିତ କରି ଏହି ୮୭ ବର୍ଷର ପୂରାତନ ସମବାୟ ଅନୁଷ୍ଠାନର ପ୍ରଗତିର ରଥକୁ ଆଗେଇ ନେଇ ରାଜ୍ୟର ଏକ ଆଦର୍ଶ, ବିକଶିତ ଓ ଅଗ୍ରଣୀ ସମବାୟ ଅନୁଷ୍ଟାନରେ ପରିଗଣିତ କରିବାକୁ ସଭାପତି କାର୍ତ୍ତିକଶ୍ୱର ପରିଡା ଆହ୍ୱାନ କରିଥିବା ଲକ୍ଷ୍ୟ କରାଯାଇଛି। ଆସିକା କେନ୍ଦ୍ର ବହୁମୂଖୀ ସମବାୟ ସମିତି ଲିଃର ବାର୍ଷିକ ସାଧାରଣ ସଭା ବୁଧବାର ସମିତି କାର୍ଯ୍ୟାଳୟ ପରିସରରେ ସଂପାଦକ ନୃସିଂହ ପ୍ରସାଦ ପଣ୍ଡାଙ୍କ ସଂଯୋଜନା ଏବଂ ସଭାପତି କାର୍ତ୍ତିକଶ୍ୱର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସାଧାରଣ ବୈଠକରେ ଅତିଥି ରୂପେ ଗଞ୍ଜାମ ଜିଲ୍ଲାର ଅନ୍ୟତମ ବରିଷ୍ଠ ସମବାୟବିତ୍ ସୂର୍ଯ୍ୟକାନ୍ତ ପରିଡା, ସମିତିର ନିର୍ଦ୍ଦେଶକ ଇଂ ସଚ୍ଚିଦାନନ୍ଦ ରାଉତ ଓ ରବିନ୍ଦ୍ର କୁମାର ସାମଲ, ସମବାୟ ସମିତି ସମୂହ ଆସିକା ସର୍କଲର ଉପସହକାରୀ ସମୀକ୍ଷକ ମିହିର୍ କୁମାର ମହାନ୍ତି ଓ ଅଡିଟର୍ ବିଶ୍ୱଜିତ୍ ଜେନା ପ୍ରମୁଖ ଯୋଗ ଦେଇ ସମାଜରେ ବସବାସ କରୁଥିବା ଦୁର୍ବଳ, ଅବହେଳିତ ଲୋକଙ୍କ ଠାରୁ ଆରମ୍ଭ କରି ଚାଷୀ ସମାଜର ସର୍ବାଙ୍ଗୀନ ବିକାଶ ପାଇଁ ସମବାୟର ଦ୍ୱାର ସବୁବେଳେ ଉନ୍ମୁକ୍ତ ବୋଲି ପ୍ରକାଶ କରିବା ସହ ସମବାୟର ଭିତ୍ତିଭୂମୀକୁ ସୁଦୃଢ କରିବା ସାଙ୍ଗକୁ ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃର ଅତୀତ ଗୌରବ ଓ ଉଜ୍ଜ୍ୱଳମୟ ଭବିଷ୍ୟତ ଉପରେ ଆଲୋକପାତ କରି କୃଷିର ବିକାଶ ଓ କୃଷକର ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବା ଲାଗି ଏହି ପୁରାତନ ସମବାୟ ସଂସ୍ଥା ପକ୍ଷରୁ ଚାଷୀଙ୍କୁ ଯୋଗାଇ ଦିଆଯାଉଥିବା ବହୁବିଧ ସୁବିଧା ସୁଯୋଗ ଉପରେ ମତବ୍ୟକ୍ତ କରିଥିଲେ। ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃର ଏହି ବାର୍ଷିକ ସାଧାରଣ ସଭାରେ ସମବାୟର ଭିତ୍ତିଭୂମୀକୁ ସୁଦୃଢ କରିବା ଲାଗି ଅହରହ ପ୍ରୟାସ ଜାରି ରଖିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ସମବାୟବିତ୍ ନାରାୟଣ ବେହେରାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃର ଏହି ସାଧାରଣ ସଭାରେ ସମିତିର ଆକାଉଣ୍ଟାଣ୍ଟ ଅଲେଖନାଥ ପ୍ରଧାନ, ପରିଚାଳନା ପରିଷଦର ଉପ-ସଭାନେତ୍ରୀ ଶ୍ରମତୀ ମାମି ପଣ୍ଡା, ପରିଚାଳନା ପରିଷଦର ସଦସ୍ୟ ଶ୍ରୀ ଇଂ ସଚ୍ଚିତାନନ୍ଦ ରାଉତ, ଶ୍ରୀ ରବିନ୍ଦ୍ର କୁମାର ସାମଲ, ଶ୍ରୀମତୀ ରିଙ୍କି ପୋଲାଇ, ଶ୍ରୀ କେ. ସନ୍ତୋଷ କୁମାର ପାତ୍ର, ଶ୍ରୀ ଅଶ୍ୱିନୀ କୁମାର ବିଷୋୟୀ,ଶ୍ରୀ ସୂର୍ଯ୍ୟନାରାୟଣ ପ୍ରଧାନ, ଶ୍ରୀ ମନୋଜ କୁମାର ପ୍ରଧାନ, ଶ୍ରୀ ନାରସୁ ନାୟକ, ଶ୍ରୀ ଭଗବାନ ବେହେରା, ଶ୍ରୀ ନିରୁପମା ନାୟକ, ଶ୍ରୀ କେ. ଚିତ୍ରସେନ ରେଡି, ଶ୍ରୀମତୀ ସୁଜତା ଉପାଧ୍ୟାୟ, ତାରିଣୀ ଚରଣ ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ । ଆସିକା କେନ୍ଦ୍ର ବହୁମୂଖୀ ସମବାୟ ସମିତି ଲିଃର ଏହି ବାର୍ଷିକ ସାଧାରଣ ସଭାରେ ସଭାପତି କାର୍ତ୍ତିକେଶ୍ୱର ପରିଡା ନିଜ ଅଭିଭାଷଣରେ ୧୯୩୯ ମସିହାରେ କୃଷିର ବିକାଶ ଓ କୃଷକର ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବା ଲାଗି ସ୍ଥାପିତ ହୋଇଥିବା ଏହି ପୂରାତନ ସମବାୟ ଅନୁଷ୍ଠାନର ପ୍ରଗତିର ରଥକୁ ଆଗେଇ ନେବାକୁ ସମସ୍ତଙ୍କ ସହଯୋଗ କାମନା କରିବା ସହ ଚାଷୀ ସମାଜର ସର୍ବାଙ୍ଗୀନ ବିକାଶ ଓ କଲ୍ୟାଣ ଏକମାତ୍ର ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ । ଆସିକା କେନ୍ଦ୍ର ବହୁମୂଖୀ ସମବାୟ ସମିତି ଲିଃର ଏହି ବାର୍ଷିକ ସାଧାରଣ ସଭାରେ ଗତ ସାଧାରଣ ଅଧିବେଶନର ନିର୍ଦ୍ଧାରଣ ଗୁଡିକର ପଠନ ଓ ଦୃଢୀକରଣ, ସମିତିର ୨୦୨୫-୨୬ ମସିହାର ବାର୍ଷିକ ବିବରଣୀ ପଠନ ଓ ଅନୁମୋଦନ, ସମିତିର ୨୦୨୫-୨୬ ମସିହାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମୀକ୍ଷା କରିବା ଉପରେ ଆଲୋଚନା, ସମିତିର ୨୦୨୫-୨୬ ସାଲର ଜମାଖର୍ଚ୍ଚର ପଠନ ଓ ଦୃଢୀକରଣ, ସମିତିର ୨୦୨୫-୨୬ ମସିହାର ଅତିରିକ୍ତ ବଜେଟ୍ ଉପରେ ଆଲୋଚନା ଓ ନିଷ୍ପତ୍ତି ଗ୍ରହଣ, ସମିିତିର ୨୦୨୭-୨୮ ମସିହାର ବାର୍ଷିକ ବଜେଟ୍ ଅଟକଳ ଉପରେ ଆଲୋଚନା ଓ ନିଷ୍ପତ୍ତି ଗ୍ରହଣ , ସମିତିରେ ପିପିପି ମୋଡ୍ରେ ହେବାକୁ ଥିବା ସୁଲଭ ବଜାର ଗୃହ ଉପରେ ବିଚାର ଓ ନିଷ୍ପତ୍ତି ସମେତ ଆଗାମୀ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଆସିକା କେନ୍ଦ୍ର ବହୁମୂଖୀ ସମବାୟ ସମିତି ଲିଃର ବାର୍ଷିକ ସାଧାରଣ ସଭାକୁ ସୁପରିଚାଳନା କରିବା ଦିଗରେ ସମିତିର ଆକାଉଣ୍ଟାଣ୍ଟ ଅଲେଖ ନାଥ ପ୍ରଧାନ, ସମବାୟ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ନୃସିଂହ ପ୍ରସାଦ ପଟ୍ଟନାୟକ ଓ ଦୁର୍ଯ୍ୟୋଧନ ମହାଙ୍କୁଡ, ସମିତିର କର୍ମଚାରୀ କାହ୍ନୁ ଚରଣ ବେହେରା, ରାଜେଶ୍ୱର ପୋଲାଇ, ବିକ୍ରମ ପ୍ରଧାନ, ରଶ୍ମିତା ସେଠୀ ପ୍ରମୁଖ ସହଯୋଗ କରିଥିଲା ବେଳେ ସମିତିର ସଭ୍ୟ ବିଜୟ କୁମାର ଦଳେଇ, ପ୍ରମୋଦ କୁମାର ସ୍ୱାଇଁ, ନାରାୟଣ ବେହେରା, ସୁବାସ ଚନ୍ଦ୍ର ଜେନା, ଜ୍ଞାନ ବିକ୍ରମ ସାହୁ, ଅମୂଲ୍ୟ କୁମାର ଉପାଧ୍ୟାୟ, ଅମୂଲ୍ୟ ଦାଶଙ୍କ ସମେତ ବହୁ କ ଓ ଖ ଶ୍ରେଣୀ ସଭ୍ୟ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।


