ଅସହାୟ କନ୍ୟାଙ୍କୁ ବିବାହ ପାଇଁ ବିଧାୟକଙ୍କ ପକ୍ଷରୁ ଆର୍ଥିକ ସହାୟତା

ଛତ୍ରପୁର,(ଓ୍ବାଇଏନଏସ) : ଦୁଃଖଦ ଖବର ହେଉ କିମ୍ବା ବିବାହ, ବ୍ରତ ତଥା କୌଣସି ମନ୍ଦିର ପ୍ରତିଷ୍ଟା ଭଳି ସବୁକ୍ଷେତ୍ରରେ ସୂଚନା ପାଇଲେ ଲୋକଙ୍କ ଠାରେ ପଂହଚୁଥିବା ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଆଜି ଜଣେ ଅସହାୟ ଅନାଥ କନ୍ୟାର ବିବାହ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଛତ୍ରପୁର ବ୍ଲକ କାଳିପଲ୍ଲୀ ପଂଚାୟତ ଉପୁଲାପୁଟି ଗ୍ରାମର ସ୍ୱର୍ଗତ ଭାସ୍କର ସେଠୀ ଓ ତାଙ୍କରି ଧର୍ମପତ୍ନୀ ସ୍ୱର୍ଗତ ରଜନୀ ସେଠୀଙ୍କ କନ୍ୟା ରାଜେଶ୍ୱରୀ ସେଠୀଙ୍କ ଆସନ୍ତକାଲି ବିବାହ କାର୍ଯ୍ୟକ୍ରମ ରହିଛି । ଜଣେ ଅନାଥ ଅସହାୟ କନ୍ୟାର ବିବାହର ସୂଚନା ପାଇ ଛତ୍ରପୁର ବିଧାୟକ ଶ୍ରୀ ନାୟକ ଉକ୍ତ ଗାଁକୁ ଗସ୍ତ କରି ରାଜେଶ୍ୱରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ବିଧାୟକଙ୍କ ଏହି ସହାୟତା ପାଇଁ ଉପୁଲାପୁଟି ଗ୍ରାମ ଏବଂ ଅସହାୟ କନ୍ୟା ରାଜେଶ୍ୱରୀ ବିଧାୟକଙ୍କୁ କୃତଜ୍ଞତା ଜଣାଇଥିଲେ । ଦୁର୍ଘଟଣା ଠୁ ଆରମ୍ଭ କରି କାହାରି ମୃତ୍ୟୁ ଏବଂ ଦୁଃଖଦ ଖବର ପାଇବା ମାତ୍ରେ ସଂଗେ ସଂଗେ ସେଠାରେ ପହଂଚି ବିଧାୟକ ଉକ୍ତ ପରିବାରକୁ ସହାୟତା ଠୁ ଆରମ୍ଭ କରି ଆଶ୍ୱସନା ଦେଇ ଆସୁଥିବା ନେଇ ସବୁବର୍ଗରୁ ଛତ୍ରପୁର ବିଧାୟକଙ୍କୁ ସାଧୁବାଦ ଜଣାଇଛନ୍ତି । ଆଜି ଅସହାୟ କନ୍ୟାଙ୍କୁ ସହାୟତା ବେଳେ ବିଧାୟକଙ୍କ ସହ ଭାଜପା ଜିଲ୍ଲା ସାଧାରଣ ସଂପାଦକ ପଦ୍ମଚରଣ ସାହୁ, କାଳିପଲ୍ଲୀ ପଂଚାୟତ ସରପଂଚଙ୍କ ସ୍ୱାମୀ ବି.ଚନ୍ଦ୍ରମଣି ପାତ୍ର, ସଞ୍ଜିତ୍ କୁମାର ରାଉଳ ଓ ଯୁବ ନେତା ବନୋଜ ନାହାକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ