ବିଦ୍ୟାଧରପୁର ବାମପାର୍ଶ୍ବ କେନାଲ ଆଡ଼ିବନ୍ଧ ଉନ୍ନତୀକରଣ ଦାବି
ହାଟଡିହି ,(ଓ୍ବାଇଏନଏସ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଳକ୍ ବିଦ୍ୟାଧରପୁର ଜଳସେଚନ ବିଭାଗର ବିଦ୍ୟାଧରପୁର ବାମପାର୍ଶ୍ଵ ଜେନାଲର ଜିରୋ ପଏଣ୍ଟ ଠାରୁ ଆମ୍ବଗଢ଼ିଆ ଛକ ପର୍ଯ୍ୟନ୍ତ କେନାଲ ଆଡିବନ୍ଧ ଉନ୍ନତୀକରଣ କରିବାକୁ ଦାବି ହୋଇଛି। ବିଦ୍ୟାଧରପୁରଠାରୁ ସୋସୋ କଲେଜଛକ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ଵରେ ଘର ଓ ବ୍ୟବସାୟ କେନ୍ଦ୍ର ପାଲଟିଯାଇଥିବାରୁ ବାଲିବରେଇ ଗ୍ରାମର ଚାଷୀ ମାନେ ଦିଲକୁ ଯିବା ପାଇଁ ବାଟ ପାଉ ନାହାନ୍ତି। ଚାଷ ସମୟରେ କ୍ଷେତକୁ ଯିବା କଷ୍ଟକର ହେଉଛି । କିଛି ଜମି ଜବରଦଖଲ ହୋଇ ପଡିଥିବା ବେଳେ କିଛି ଲୋକ ରାସ୍ତାପାଖ ଜମିରେ ପକ୍କାଗୃହ ନିର୍ମାଣ କରି ଦେଇଛନ୍ତି। ଯାହାଦ୍ୱାରା ଚାଷୀଟିଏ ନିଜ ଚାଷ ଜମିକୁ ହଳ ବଳଦ କିମ୍ବା ଟ୍ରାକ୍ଟର ନେଇ ଯିବାକୁ ବାଟ ପାଉନି। ଜଳସେଚନ ବିଭାଗ ବିଦ୍ୟାଧରପୁର କେନାଲ ଜିରୋଠାରୁ ଆମ୍ବଗଢ଼ିଆ ପର୍ଯ୍ୟନ୍ତ ଜେନାଲ ଆଡି଼ବନ୍ଧକୁ ଉନ୍ନତୀକରଣ କରି ରାସ୍ତା ନିର୍ମାଣ କରାଗଲେ ରାସ୍ତାରେ ଗମନାଗମନ ସୁବିଧା ହେବା ସହିତ ଚାଷୀ ନିଜ ଚାଷଜମିକୁ ଯାତାୟାତ କ୍ଷେତ୍ରରେ ଉପକୃତ ହୁଅନ୍ତେ । ଏଥିପ୍ରତି ଜଳ ସେଚନ ବିଭାଗ ଦୃଷ୍ଟି ଦେବା ସହିତ ରାସ୍ତା ଭନ୍ନତୀକରଣ କରିବାକୁ ଚାଷୀମାନେ ଦାବି କରିଛନ୍ତି ।


