ପୋଖରୀରେ ବୁଡ଼ିଯାଇ ଯୁବକଙ୍କ ମୃତ୍ୟୁ

ହାଟଡିହି  (ଓ୍ବାଇଏନଏସ): ନନ୍ଦିପଦା ଥାନା ପଛଅଟେ ଥିବା ମରେଇଗାଁ ପୋଖରୀରେ ବୁଡ଼ିଯାଇ ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାଇ ମରେଇଗାଁ ଗ୍ରାମର ଉପେନ୍ଦ୍ର ପଣ୍ଡା ପୁଅ ରତିକାନ୍ତ ପଣ୍ଡା (୩୫)  ମରେଇଗାଁ ବଜାରରେ ଚିକେନ ବ୍ୟବସାୟ କରୁଥିବା ବେଳେ ଆଜି ଦିନ ୨ଟାରେ ଏହି ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଅନେକ ସମୟ ଧରି ଘରକୁ  ଫେରିନଥିଲେ। ପରିବାର ଲୋକେ ଖୋଜା ଖୋଜି କରିବାରୁ ପୋଖରୀ କୂଳରେ ରତିକାନ୍ତର ମୋବାଇଲ ଓ ଜୋତା ଥୁଆ ହୋଇଥିବା ଦେଖି ପୋଖରୀ ରେ ବୁଡ଼ିଯାଇଥିବା ସନ୍ଦେହ କରିଥିଲେ। ଏନେଇ ହାଟଡିହି ଓ ଆନନ୍ଦପୁର ଅଗ୍ନିଶମ ବାହିନୀକୁ ଜଣାଇବା ପରେ ହାଟଡିହି ଓ ଆନନ୍ଦପୁର ଅଗ୍ନିଶମ ବାହିନୀ ପହଞ୍ଚି ଅନେକ ସମୟ ଧରି  ଉଦ୍ଧର କାର୍ଯ୍ୟ ଜାରି ରଖିବା ପରେ  ରତିକାନ୍ତଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ନେବାପରେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ତାଙ୍କର ଏପରି ଅକାଳ ମୃତ୍ୟୁରେ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳି ଯାଇଛି। ତାଙ୍କର ଦୁଇଟି ଛୋଟ ଛୋଟ ଶିଶୁ ଥିବା ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ