କୁରିକିରେ ଅଷ୍ଟପ୍ରହର ନାମଯଜ୍ଞ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ତିରୁଣା ପଂଚାୟତସ୍ଥିତ କୁରିକି ଗ୍ରାମର ଇଶାନେଶ୍ୱର ମହାଦେବଙ୍କ ପୀଠ ପରିସରରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ନଗରକୀର୍ତନ ଉତ୍ସବ ବିଧି ଅନୁସାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କର୍ତା ଭାବେ ଗ୍ରାମର ଜ୍ଞାନରଞ୍ଜନ ସ୍ୱାଇଁ ଦାୟିତ୍ୱ ତୁଲାଇଥିବା ବେଳେ ଗ୍ରାମର ଆଲୋକ ପରିଡା,ପବିତ୍ର ପଣ୍ଡା,ନରୋତମ ଦାସ,ଦିଲ୍ଲିପ ପରିଡା,ରଞ୍ଜିତ ପରିଡା,ନାରାୟଣ ମୁଦୁଲି,ନିରଞ୍ଜନ ସ୍ୱାଇଁ,ଅନୁପମ ସ୍ୱାଇଁ,ଜ୍ଞାନରଞ୍ଜନ ରାଉତଙ୍କ ସହିତ ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ଅଷ୍ଟପ୍ରହର ନାମଯଜ୍ଞ କାର୍ଯ୍ୟ ଶାନ୍ତିଶୃଙ୍ଖଳାର ସହିତ ସଂପନ୍ନ ହୋଇଥିଲା।


