କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ସେଣ୍ଢତୀରା ଠାରେ ୧୩ତମ ରମେଶ ଚନ୍ଦ୍ର ବେହେରା ମେମୋରିଆଲ ନାଇଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଟିମ୍ ଅଂଶ ଗ୍ରହଣ କରିଥିଲେ । ସେଥିମଧ୍ୟରୁ ସରମରା ଟିମ୍ ଚମ୍ପିୟନ ହୋଇଥିବା ବେଳେ ବରପଦା ଟିମ୍ ରନର୍ସ ଅଫ ହୋଇଛି । ସରମରା ଟିମ୍ ୬ ଓଭରରେ ୬ ଉଇକେଟ ହରାଇ ୩୫ ରନ୍ ସଂଗ୍ରହ କରିଥିଲ । ଜବାବରେ ବରପଦା ଟିମ୍ ୬ ଓଭରରେ ୮ ଉଇକେଟ ହରାଇ ୨୮ ରନ୍ କରି ପରାଜିତ ହୋଇଥିଲା । ସରମରା ଟିମର କୁଶ ସାହୁ ମ୍ୟାନ୍ ଅଫ ଦି ଟୁର୍ଣର୍ାମେଣ୍ଟ ହୋଇଥିଲେ । ଚମ୍ପିୟନ ଦଳକୁ ଟ୍ରଫି ସହ ୮ ହଜାର ଟଙ୍କା ଏବଂ ରନର୍ସ ଅଫ ଟିମ୍କୁ ଟ୍ରଫି ସହ ୫ ହଜାର ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ଅମ୍ପାୟର ଭାବେ ଉତ୍କଳ ସେନାପତି, ଆଶିଷ କୁମାର ସ୍ୱାଇଁ, ସ୍କୋରର ଭାବେ ପୃଥୀରାଜ ସେନାପତି ଦାୟୀତ୍ୱ ତୁଲାଇଥିଲେ । ଉଦ୍ଯାପନୀ ସଭାରେ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାନସଭା ବିଜେପି ନେତା ଡ.ସୁଧାଂଶୁ ଶେଖର ନାୟକ, ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ବରଡେଶ୍ୱର ମଣ୍ଡଳ ସଭାପତି ଇଂ.ପ୍ରମୋଦ କୁମାର ଜେନା, ସରପଞ୍ଚ ପ୍ରଶାନ୍ତ କୁମାର ଦାସ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ସାମଲ, ସ୍ୱର୍ଗତ ରମେଶ ସାରଙ୍କ ସୁପୁତ୍ର ଅମରେଶ ଚନ୍ଦ୍ର ବେହେରାଙ୍କ ସମେତ ପରିବାରବର୍ଗ ଯୋଗ ଦେଇଥିଲେ । ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ଆସୋସିଏସନର ସଦସ୍ୟ ସୁନୀଲ ସେନାପତି, ଅଭିଜିତ୍ ବେହେରା, ରଶ୍ମି ରଞ୍ଜନ ସେନାପତି, ଗୁରୁ ଚରଣ ଜେନା, ଶଶୀକାନ୍ତ ଜେନା, ମନୋଜ ସ୍ୱାଇଁ, ଶୁଭ ଜେନା ପ୍ରମୁଖ ସହଯୋଗ କରିଥିଲେ ।


