ମାନସିକ ରୋଗକୁ ନେଇ ଆଇନ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଆଜି ପାରଳାଖେମୁଣ୍ଡି ସ୍ଥିତ ୟୁ ଟେକ କମ୍ପ୍ୟୁଟର ସେଣ୍ଟର ସମ୍ମିଳନୀ କକ୍ଷରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ବିମଳ ରାଉଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶ୍ରୀ ରାଉଳ ଉପସ୍ଥିତ ଜନସାଧାରଣଙ୍କୁ ମାନସିକ ସ୍ୱାସ୍ଥ୍ୟକୁ ନେଇ ରହିଥିବା ବିଭିନ୍ନ ଆଇନ କାନୁନ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ନିମନ୍ତ୍ରିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମନୋବିଜ୍ଞାନୀ ପ୍ରାଣ ରଞ୍ଜନ ନାୟକ ଉପସ୍ଥିତ ଜନସାଧାରଣଙ୍କୁ ମାନସିକ ସ୍ୱାସ୍ଥ୍ୟକୁ ନେଇ କିପରି ସଚେତନ ରହିବେ ତଥା ମାନସିକ ରୋଗୀକୁ କିପରି ସାହାଯ୍ୟ ସହାୟତାର ହାତ ବଢ଼ିବେ ସେ ନେଇ ସଚେତନ କରିଥିଲେ। ସୂଚନାଯୋଗ୍ୟ, କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ପ୍ରାରମ୍ଭ କରିଥିଲେ। ସେହିଭଳି ଆଜିର ଏହି ସଚେତନତା କାର୍ଯ୍ୟକ୍ରମ ପ୍ରଗତି ମହିଳା ସଙ୍ଗଠନର ଅଧ୍ୟକ୍ଷ ଲୋକନାଥ ମିଶ୍ର, ପରାମର୍ଶଦାତା ବିଚିତ୍ରାନନ୍ଦ ବେବର୍ତ୍ତା, ସମାଜସେବୀ ଲକ୍ଷ୍ମୀକାନ୍ତ ପାଢ଼ୀ, ମୁରଲୀଧର ପରିଛା, ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀଙ୍କର ମିଳିତ ସହଯୋଗରେ ସଫଳତାର ସହ ଶେଷ ହୋଇଥିଲା ଓ ସର୍ବଶେଷରେ ପ୍ରଗତି ମହିଳା ସଙ୍ଗଠନର ସଚିବ ତନୁଜା ଶତପଥୀ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ