ଏନଏଚଏମ ନିର୍ଦେଶିକାଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାରେ ଜିଲ୍ଲା ନୋଡାଲ ସଚିବ ତଥା ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡ. ବୃନ୍ଧା ଡି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସିଥିଲେ। ମୋହନା, ରା,ଉଦୟଗିରି ଓ ରାୟଗଡ଼ ପରିଦର୍ଶନ କରି ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହିତ ହିତାଧୁକାରୀଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ସେହିପରି ମୋହନା ବ୍ଲକ ଅନ୍ତର୍ଗତ ଆଲିଗଣ୍ଡା ଠାରେ ନିର୍ମାଣ ହେଉଥୁବା ମେରା ଜଳ ଯୋଗାଣ ପ୍ରକଳ୍ପ ବୁଲି ଦେଖି ସମୀକ୍ଷା କରିଥିଲେ। ଚନ୍ଦ୍ରଗିର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଜିପି ସୁବିଧା କେନ୍ଦ୍ର ଏବଂ ବିଏନଆରକିଏସକେ କୋଠା, ମତେଲ ଗ୍ରାମ ପଞ୍ଚାୟତ ଅଫିସ, ମହିଳା ପ୍ରତୀକ୍ଷା ଗୃହ ପରିଦର୍ଶନ କରିଥିଲେ । ସେହିପରି ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଗୋଷ୍ଠୀ ଖସ୍ଥ୍ୟ କେନ୍ଦ୍ର, ମହେନ୍ଦ୍ରଗଡ ଠାରେ ଥିବା ଗ୍ରାମୀଣ ଆବାସ ଅଧୀନରେ ପ୍ରଧାନମନ୍ତ୍ରୀ-ଜନମନ ଯୋଜନା, ନିକଟସ୍ତ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ହିତାଧୁକାରୀଙ୍କ ସହିତ ଆଲୋଚନା କରିଥିଲେ । ରାୟଗଡ଼ା ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମିଶନ୍ ଶକ୍ତି ଦ୍ଵାରା କାର୍ଯ୍ୟକାରୀ ହେଉଥିବା ସିଲେଇ ୟୁନିଟ୍ ପରିଦର୍ଶନ କରି ହିତାଧୁକାରୀଙ୍କ ସହିତ ଆଲୋଚନା କରିଥିଲେ। ପରିଶେଷରେ ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଜିଲ୍ଲା ପରିଷଦ ସମିଳନୀ କକ୍ଷରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦେଶିକା ଡକ୍ଟର ବୃନ୍ଧା ଡି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବିଭିନ୍ନ ବିଭାଗର ଉନ୍ନୟନ କାର୍ଯ୍ୟ ଗୁଡିକର ସମୀକ୍ଷା କରିଥିଲେ. ଏହି ବୈଠକରେ ଭାରପ୍ରାପ୍ତ ଜିଲ୍ଲାପାଳ ମୁନିଦ୍ର ହାନନାଗା, ଅତିରିକ୍ତ ଜିଲ୍ଲାପାଳ ଫାଲଗୁନୀ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧୁକାରୀ ଜିଲ୍ଲାପରିଷଦ ଦୟାମୟ ପାଢ଼ୀ, ପ୍ରକଳ୍ପ ପ୍ରଶାସକ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଅଂଶୁମାନ ମହାପାତ୍ର, ଅତିରିକ୍ତ ନିର୍ବାହୀ ଅଧୁକାରୀ ଜିଲ୍ଲାପରିଷଦ ପୃଥୀରାଜ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ