ଆନ୍ତର୍ଜାତୀୟ ଶ୍ରମ ଦିବସ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ନିଜ ଭାରରେ ଭାରାକ୍ରାନ୍ତ ପୁଞ୍ଜିବାଦୀ ବ୍ୟବସ୍ଥା ଏବେ ଘୋର ଆର୍ôଥକ ସଂକଟ ଦେଇ ଗତି କରୁଥିବାବେଳେ ସେଥିରୁ ରକ୍ଷା ପାଇବା ପାଇଁ ସମଗ୍ର ବିଶ୍ୱ ଉପରେ ଅନାବଶ୍ୟକ ପ୍ରଳୟଙ୍କରୀ ଯୁଦ୍ଧ ଲଦି ଦିଆଯାଇଛି। ସେହି ଯୁଦ୍ଧ ବିରୋଧି ବିଚାର, ଆଠ ଘଣ୍ଟା କାମ, କାର୍ଯ୍ୟ କ୍ଷେତ୍ରରେ ଉପଯୁକ୍ତ ପରିବେଶ ଓ ଉପଯୁକ୍ତ ମଜୁରୀ ଦାବିରେ ପ୍ରଥମ ସାମ୍ରାଜ୍ୟବାଦୀ ବିଶ୍ୱଯୁଦ୍ଧ ପରେ ପରେ ୧୯୨୦ ମସିହାରେ ସୃଷ୍ଟି ହୋଇଥିଲା ଦେଶର ପ୍ରଥମ ଶ୍ରମିକ ସଂଗଠନ ଏଆଇଟିୟୁସି। ଏବେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଶତାଧିକ ବର୍ଷ ଧରି ଲଗାତର ଲଢେଇ ଫଳରେ ଶ୍ରମିକମାନେ ହାସଲ କରିଥିବା ଅଧିକାରଗୁଡିକୁ ଛଡ଼ାଇ ନେବାପାଇଁ ଶ୍ରମ ସଂଶୋଧନ ଆଇନ୍ (ଶ୍ରମକୋଡ) ପ୍ରଚଳନ ମାଧ୍ୟମରେ ଉଦ୍ୟମ କରୁଥିବାରୁ ଏହା ବିରୋଧରେ ଐକ୍ୟବଦ୍ଧ ଓ ଶକ୍ତିଶାଳୀ ଆନ୍ଦୋଳନ ଗଢି ତୋଳିବାକୁ ଶ୍ରମିକ ଦିବସ ଅବସରରେ ଶ୍ରମିକ ନେତାମାନେ ଆହ୍ୱାନ ଦେଇଛନ୍ତି। ଆନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଏଆଇଟିୟୁସି ସହବନ୍ଧିତ ଅଙ୍ଗନୱାଡ଼ି, ଆଶା, ପାଚିକା, ନିର୍ମାଣ ଶ୍ରମିକ, ନାଇଟ୍ ୱାଚ୍‌ମ୍ୟାନ ପ୍ରଭୃତି ସଂଗଠନର ଶତାଧିକ ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିବା ପରେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଗୋପ ସ୍ଥିତ ନିର୍ମାଲ୍ୟ ପ୍ୟାଲେସ ପରିସରରେ ସମବେତ ହୋଇଥିଲେ। ସେଠାରେ ବରିଷ୍ଠ ଶ୍ରମିକ ନେତା ସାଥୀ ବାବାଜୀ ଧଳଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଭାରତୀୟ କ୍ଷେତ ମଜଦୂର ୟୁନିୟନର ଜାତୀୟ କମିଟି ସଭ୍ୟ ଆଶିଷ କାନୁନଗୋ, ବିଶିଷ୍ଟ ପ୍ରଗତିବାଦୀ କବି ନିରାକାର ଦାସ, ସିପିଆଇ ରାଜ୍ୟ ନେତା ରମଣୀରଞ୍ଜନ ରାଉତରାୟ, ଜିଲ୍ଲା ସମ୍ପାଦକ ବିକାଶ ଚନ୍ଦ୍ର ବେଉରା ନାରୀନେତ୍ରୀ ଅବନ୍ତୀ ବେହେରା, ରଣଧୀର ଜେନାଙ୍କ ସମେତ ନିର୍ମାଣ ଶ୍ରମିକ ନେତ୍ରୀ ସୋହାନା ବେଗମ, ଅଙ୍ଗନୱାଡ଼ି ଜିଲ୍ଲା ସଭାପତି ସ୍ୱର୍ଣ୍ଣଲତା ଦାସ, ଆଶା ସଂଘ ନେତ୍ରୀ ରଞ୍ଜୁଲତା ବେହେରା, ପାଚିକା ସଂଘ ସଭାପତି ସୈାଭାଗିନୀ ପତି, ନାଇଟୀ ୱାଚମ୍ୟାନ ସଭାପତି ବସନ୍ତ ସାହୁ, ଭଜହରୀ ପ୍ରଧାନ, ଅକ୍ଷୟ ମଲିକ, ଗଜେନ୍ଦ୍ର ନାୟକ, ମମତାମୟୀ ଖଟୁଆ ପ୍ରମୁଖ ଶ୍ରମିକ ଦିବସର ମହତ୍ୱ ଓ ଆଜିର ଅବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଭାତୃପ୍ରତିମ ସଂଗଠନ ସିଆଇଟିୟୁ ଓ ଆଇଏନଟିୟୁସିର ନେତୃତ୍ୱ ଗୟାଧର ଧଳ ଓ ମୁକ୍ତାର ଖାଁ ଶୁଭେଚ୍ଛା ବକ୍ତବ୍ୟ ପ୍ରଦାନ କରିଥିଲେ। ଶ୍ରମିକମାନଙ୍କର ଲଢୁଆ ଲାଲ ପତାକାକୁ ଶିକ୍ଷକନେତା ଅଧ୍ୟାପକ ଅଜୟ ସାମଲ ସଭା ଆରମ୍ଭରେ ଉତ୍ତୋଳନ କରିଥିଲେ। ଆଦିକନ୍ଦ ରାଉଳ, ସୀତାକାନ୍ତ ନାୟକ, ଅମରେନ୍ଦ୍ର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ