ପିଏମଶ୍ରୀ କୋରୋ ହାଇସ୍କୁଲ ଛାତ୍ରଙ୍କ କୃତିତ୍ୱ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ପିଏମଶ୍ରୀ କୋରୋ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଶୁଭ୍ରାଂଶୁ କୁମାର ନାୟକ ଚଳିତ ବାର୍ଷିକ ମାଟ୍ରିକ ପରୀକ୍ଷାରେ ୮୩ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ଶ୍ରୀ ନାୟକ ସ୍ଥାନୀୟ କୋରୋ ଗ୍ରାମର ରଞ୍ଜନ କୁମାର ନାୟକ ଓ ଗାୟତ୍ରୀ ନାୟକଙ୍କ ସୁପୁତ୍ର ଅଟନ୍ତି। ତାଙ୍କର ଏହି ସଫଳତାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୋମନାଥ ମହାପାତ୍ର,ବରିଷ୍ଟ ଶିକ୍ଷକ ଜଗନ୍ନାଥ ପ୍ରସାଦ ଉପାଧ୍ୟାୟ, ରଞ୍ଜନ ମଳିକ, ଶିକ୍ଷାବିତ ହରେକୃଷ୍ଣ ସିଂହ, ସୁରେଶ ଦାସ ପ୍ରମୁଖ ସ୍ଥାନୀୟ ରାଜନେତା ଶଶାଙ୍କ ଓଝା ଓ ସଞ୍ଜୀବ ମଳିକ ପ୍ରମୁଖଙ୍କ ସହ ତାଙ୍କ ବାସଗୃହରେ ପହଞ୍ଚି ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀମାନ ଶୁଭ୍ରାଂଶୁ ଭବିଷ୍ୟତରେ ଜଣେ ଭଲ ମଣିଷ ହୋଇ ବାପାମାଙ୍କ ସ୍ୱପ୍ନକୁ ସାକାର କରିବେ ବୋଲି କହିଛନ୍ତି।


