ପଞ୍ଚାୟତ ସ୍ତରୀୟ ସୁଭଦ୍ରାଶକ୍ତି କେନ୍ଦ୍ର ଉଦଘାଟିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ସୀତାପୁର ପଞ୍ଚାୟତ ଶ୍ରୀବିଷ୍ଣୁପୂର ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଅତିରିକ୍ତ ଶ୍ରେଣୀ ଗୃହ ଶୁଭ ଉଦଘାଟନ କଲେ ପାରଳା ବିଧାୟକ ରୁପେଶ ପାଣଗ୍ରାହୀ. ସେଇଭଳି ଖାରଡା ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ଏକ ଅତିରିକ୍ତ ଶ୍ରେଣୀ ଗୃହ ଶୁଭ ଉଦଘାଟନ କରିଥିଲେ ବିଧାୟକ. ଖରଡା ଗ୍ରାମ ନିକଟରେ ମହିଳା ମାନଙ୍କ ପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସୁଭଦ୍ରା ଶକ୍ତି କେନ୍ଦ୍ର ବି ଶୁଭ ଉଦଘାଟନ କରିଥିଲେ, ଏହି ସବୁ କୋଠା ନିର୍ମାଣ ପାଇଁ ପୂର୍ବ ସରକାର ଦେଇଥିବା ଆର୍ଥିକ ଅନୁଦାନ ନିର୍ମାଣ ହୋଇଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ସରପଞ୍ଚ । ଏହି ଉଦଘାଟନୀ ଉତ୍ସବରେ ବିଧାୟକ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମା, ସୀତାପୂର୍ ସରପଞ୍ଚ ତେଜେଶ୍ୱର୍ ରାଓ, ଖାରଡା ସରପଞ୍ଚ ଅଖିଳ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ