ହାଇମାଷ୍ଟ ଲାଇଟ ଅଚଳ, ମରାମତି ପାଇଁ ଦାବି

ନାଉଗାଁ , (ଓ୍ବାଇଏନଏସ) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣା ପଂଚାୟତର ମୁଣ୍ଡଳୋ ବଜାର ଓ ଅଲଣାହାଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଲାଗିଥିବା ହାଇମାଷ୍ଟ ଲାଇଟ ଦୀର୍ଘଦିନ ହେବ ଅଚଳ ହୋଇ ପଡିଛି | ହେଲେ ପ୍ରଶାସନ ଏହାର ମରାମତିର ନାଁ ଧରୁ ନଥିବା ଅଭିଯୋଗ ହେଉଛି। ସୂଚନା ମୁତାବକ ମୁଣ୍ଡାଳ ବଜାରକୁ ସଂଯୋଗ କରୁଥିବା ରାସ୍ତା ଅନ୍ଧାର ହେଉଥିବା ହେତୁ ସ୍ଥାନୀୟ ଜନସାଧାରଣମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏହି ବଜାରରେ ଏକ ହାଇମାଷ୍ଟ ଲାଇଟ୍ ଲଗାଯିବା ପାଇଁ ତତ୍କାଳୀନ ବିଧାୟକ ଚୀରଞ୍ଜିବ ବିଶ୍ବାଳଙ୍କ ନିକଟରେ ସ୍ଥାନୀୟ ଲୋକ ଦାବି କରିଥିଲେ। ଫଳରେ ଗତ ୨୦୧୯ ମସିହାରେ ତତ୍କାଳୀନ ରାଜ୍ୟ ସଭା ସାଂସଦ ରଞ୍ଜୀବ ବିଶ୍ୱାଳଙ୍କ ଆଂଚଳିକ ପାଣ୍ଠିରୁ ଏକ ହାଇମାଷ୍ଟ ଲାଇଟ ଲଗାଯାଇଥିଲା। ଲାଇଟ୍ ର ରକ୍ଷଣାବେକ୍ଷଣ ଅଭାବରୁ ଦୀର୍ଘଦିନ ହେବ ଅଚଳ ହୋଇପଡିଛି | ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ କାହାର ରହିଛି ବୋଲି ସ୍ଥାନୀୟ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି। ସେହିପରି ଉକ୍ତ ପଞ୍ଚାୟତର ଅଲଣାହାଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ସମାନ ଅବସ୍ଥା ଦେଖିବାକୁ ମିଳିଛି| ଏଠାରେ ଲାଗିଥିବା ହାଇମାଷ୍ଟ ଲାଇଟ ଦୀର୍ଘଦିନ ହେବ ଅଚଳ ହୋଇ ପଡ଼ିରହିଛି | କେବଳ ଏହି ଲାଇଟ୍ ନୁହେଁ ବ୍ଲକର ବିଭିନ୍ନ ପଂଚାୟତରେ ଛତୁ ଫୁଟିଲା ଭଳି ଲାଇଟ୍ ବିଦ୍ୟୁତ ଖୁଣ୍ଟରେ ଲଗାଯାଇଛି‌। ଲାଇଟ୍ ଗୁଡିକର ସଠିକ୍ ତଦାରଖ ହେଉନଥିବାରୁ ଠିକାଦାରମାନେ ନିମ୍ନମାନର ଲାଇଟ୍ ଲଗାଇବା ଯୋଗୁଁ ଲାଗିବାର  କିଛି ଦିନ ପରେ ଏହା ଅଚଳ ହୋଇଯାଉଛି। ଏହା ଉପରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ‌ ତୁରନ୍ତ ମରାମତି କରିବା ପୂର୍ବତନ ସରପଞ୍ଚ ନବକିଶୋର ମହାନ୍ତି , ବଂଶୀଧର ବେହେରା , ସମାଜସେବୀ ସୁବ୍ରତ ରାୟ , ଆଇନଜୀବୀ ପ୍ରମୋଦ ସ୍ୱାମୀ ,ସୁରେନ୍ଦ୍ର ପାତ୍ର , ରଞ୍ଜିତ ରାୟ , ଅଶୋକ ସାମଲ ପ୍ରମୁଖ ଦାବି କରିଛନ୍ତି  |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ