ସାଇବର ସଚେତନତା କାର୍ଯ୍ୟକ୍ରମ
ହାଟଡିହି (ଓ୍ବାଇଏନଏସ): ସୋସୋ ଥାନାରେ ସାଇବର ସଚେତନତା କାର୍ଯ୍ୟକ୍ରମ “ଜୁଭେଣ୍ଟିକା” ଅନୁଷ୍ଠିତ ହୋଇଯାଇଛି। ଜୁଭେନାଇଲ ଅଫିସର ମହିମାଣି ଟୁଡୁଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଥାନା ଆଇଆଇସି କାନନ ସାହୁ, ଇନ୍ସ୍ପେକଟର ଯମୁନା ମାରାଣ୍ଡି, ଅଙ୍ଗନବାଡି ସୁପରଭାଇଜର ନିରୁପମା ରାଉତ ପ୍ରମୁଖ ଯୋଗଦେଇ ଶିଶୁ ସୁରକ୍ଷା ସଚେତନତା ଉପରେ ସଚେତନ କରାଇଥିଲେ। ଏଥିରେ ବିଭିନ୍ନ ଅଙ୍ଗନବାଡିର କର୍ମୀ, ସ୍ଥାନୀୟ ଆଖପାଖ ଅଞ୍ଚଳରୁ ଅନେକ ସଂଖ୍ୟାରେ କିଶୋରୀ, ମହିଳା ସଂଗଠନର ସଦସ୍ୟା ଯୋଗଦେଇଥିଲେ। ସରକାରଙ୍କ ପକ୍ଷରୁ ଜୁଭେଣ୍ଟିକା କାର୍ଯ୍ୟକ୍ରମ ମାଧ୍ୟମରେ ୧୪ରୁ ୧୬ବର୍ଷର ବୟସର କିଶୋରୀ ମାନଙ୍କୁ ବିଭିନ୍ନ ପ୍ରକାରର ସଚେତନତା କରାଯାଇଥିଲା l ପ୍ରଜେକ୍ଟର ସ୍କ୍ରିନ୍ ଦ୍ୱାରା ଏକ ସଚେତନତାପୂର୍ଣ୍ଣ ଛୋଟ ଫିଲ୍ମ ମାଧ୍ୟମରେ ଉପସ୍ଥିତ ନାବାଳିକା ମାନଙ୍କୁ ସଚେତନ କରାଯାଇଥିଲା। ଏଏସଆଇ ଯତୀନ ପାତ୍ର, ନରସିଂହ ତନ୍ତୀ, କେ ସି ସାମଲ, କନେଷ୍ଟବଳ ସରସ୍ବତୀ ନାୟକ, ଶସଧର ରାଉତ, ସୁଦର୍ଶନ ମହାନ୍ତ, ଦିଲୀପ କୁମାର ସାହୁ, ନିରାକାର ପହି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


