ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅନୁଷ୍ଠିତ
ଛତ୍ରପୁର,(ଓ୍ବାଇଏନଏସ),: ପୋଲିସ ଓ ଜନତା ତଥା ସ୍ୱତନ୍ତ୍ର ଭାବେ ଜୁଭେନାଇଲଙ୍କ ଭିତରେ ରହୁଥିବା ଦୂରତାକୁ ଦୁର କରିବା ନେଇ ଜୁଭେଣ୍ଟିକା ର କାର୍ଯ୍ୟକ୍ରମ ଚମାଖଣ୍ଡି ଓ ଛତ୍ରପୁର ଥାନା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ବିଶେଷ ଭାବରେ ମହିଳା ଓ ଶିଶୁ ମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା | ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଓ ଚମାଖଣ୍ଡି ଥାନା ଅଧିକାରିଣୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ଉପସ୍ଥିତ ରହି ଥାନା ଅଧୀନ ମହିଳା ଓ ଛାତ୍ରୀ ମାନଙ୍କୁ ସଚେତନତା କରାଇଥିଲେ | ପୁଲିସକୁ ସବୁବେଳେ ସବୁ ସମୟରେ ସାଧାରଣ ଲୋକମାନଙ୍କ ସେବା କରିବା ପାଇଁ ଅଛି ବୋଲି କହିଥିଲେ | ନାବାଳିକା, ମହିଳା ମାନଙ୍କ ଉପରେ କୌଣସି ଖରାପ ବ୍ୟବହାର ନ କରିବା , ସାଇବର ଠକେଇ ରୁ ଦୁରେଇ ରହିବା , ବାଲ୍ୟ ବିବାହ କୁ ରୋକିବା ଉପରେ ସଚେତନତା କରାଯାଇଥିଲା | ଯଦି କୋଣସି ଅସୁବିଧା ହୁଏ ଭୟ ନ କରି ସଙ୍ଗେ ସଙ୍ଗେ ଥାନା କୁ ଆସି ଜଣାଇବାକୁ କୁହାଯାଇଛି l ଏହି କାର୍ଯ୍ୟକ୍ରମରେ ଦୁଇଟି ଥାନା ରେ ଅଙ୍ଗନବାଡିକର୍ମୀ ଓ ବହୁ ନାବାଳିକା ଏବଂ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ |


