ଶାଳ କାଠ ଜବତ: ଡ୍ରାଇଭର ଗିରଫ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ରାତ୍ର ପେଟର୍ଲିଙ୍ଗ ବେଳେ ମାଡ଼ିବସିଲା ବନବିଭାଗ ଖସି ପାରିଲାନି ଡ୍ରାଇଭର।ରାୟଗଡା ବନ ଖଣ୍ଡିୟ ଅଧିକାରୀଙ୍କ ନିର୍ଦେଶ କ୍ରମେ ଏହି ଶାଳ ସାଇଜ ପଟା ଓ ପିକପ ଜବତ କରିଛି କଲ୍ୟାଣସିଂହପୁର ବନ ବିଭାଗ। ରେଞ୍ଜର ସଚ୍ଚିତାନନ୍ଦ ପରିଡାଙ୍କ ଉପସ୍ଥିତିରେ ଜବତ କରି କୋର୍ଟ ଚାଲାଣ କରିଛି ବନ ବିଭାଗ। ଆଜିରାତ୍ର କଲ୍ୟାଣସିଂହପୁର ରେଞ୍ଜର ଶ୍ରୀ ପରିଡା ବନପାଳ ଶିବଶଙ୍କର ମହାପାତ୍ର ସବୁ ରାତି ଭଳି ଗତ ରାତ୍ର ମଧ୍ୟ ପେଟର୍ଲିଙ୍ଗ କରୁଥିଲେ। ହଟାତ ଜିଲ୍ଲା ଖଣ୍ଡିୟ ଅଧିକାରୀ ଫୋନ ଆସିଲା କୁଆଡେ ଚୋରା କାଠ ଚାଲାଣ ହେଉଛି ବୋଲି। ରେଞ୍ଜର ଓ ବନପାଳ ସଜାଗ ହୋଇ ରେଞ୍ଜର ଚାରିପାଖ ରାସ୍ତା ନାକାବନ୍ଦି କରି ଗାଡିଗୁଡାକ ଚେକିଂ କରିଥିଲେ। ହଟାତ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକର ବିଜେପୁର ନିକଟସ୍ତ ପ୍ରଧାନିପଡା ଗ୍ରାମରୁ ଏକ ମେକ୍ସ ପିକପ ଧ୍ରୁତ ଗତିରେ ରାୟଗଡା ଯିବା ରାସ୍ତାରେ ଯାଉଥିବା ଦେଖି ଅଟକାଇଥିଲେ। କିନ୍ତୁ ଗାଡି ଅଟକିନଥିଲା ପରେ ପିଛା କରି ସିରିପୁର ହାଇସ୍କୁଲ ନିକଟରେ ଅଟକାଇଥିଲେ। ପ୍ରତମେ ଡ୍ରାଇଭର ନିରଞ୍ଜନ କରକାରିଆକୁ କାବୁ କରିଥିଲେ। ପରେ ରେଞ୍ଜର କାର୍ଯ୍ୟାଳୟ କୁ ନେଇ ଆଣିବା ପରେ ତଦନ୍ତ ଆରମ୍ଭ ହୋଇ ଥିଲା।ତଦନ୍ତରେ ଜଣାପଡିଲା ଯେ ବିଜେପୁର ନିକଟସ୍ତ ପ୍ରଧାନୀ ପଡା ଗ୍ରାମର ନବୀନ ନାଏକ ଚୋରା ସାଇଜ କାଠ ଜେକେପୁର ନେବାପାଇଁ ଡ୍ରାଇଭର ଓ ମାଲିକଙ୍କୁ କହିଥିଲା। ସମ୍ପୂର୍ଣ କାଗଜ ପତ୍ର ହୋଇଛି କୌଣସି ଅସୁବିଧା ନାହିଁ ବୋଲି କହିବାରୁ ଗାଡି ଯିବା ପାଇଁ ବାହାରିଥିଲା। କିନ୍ତୁ ଗାଡି ଜବତ ହେବାପରେ କୌଣସି କାଗଜ ପତ୍ର ନଥିବାରୁ ମେକ୍ସ ପିକପ ଓଡି ୦୮ଜି ୩୩୮୨ ନମ୍ବର ଗାଡିରୁ ୮୧ ଖଣ୍ଡ ସାଇଜ ଶାଳ ପଟା ବାହାରିଥିଲା। ଯାହାର ମୂଲ୍ୟ ପଚାଶ ହଜାର ଟଙ୍କା ହେଵବୋଲି ବନପାଳ ମହାପାତ୍ର ପ୍ରକାଶ କରିଛନ୍ତି। ଡ୍ରାଇଭର ନିରଞ୍ଜନ କରକାରିଆକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜର ପରିଡା ପ୍ରକାଶ କରିଛନ୍ତି।ଏହି ଚଢ଼ାଉ ବେଳେ ଫରେଷ୍ଟର ଭଗବାନ ସରକା, ବନରଖି ଓ ପରା ଗାର୍ଡ ସହଯୋଗ କରିଥିଲେ।


