ମା ମୁକ୍ତାଦେବୀଙ୍କ ଯାତ୍ରା ଅନୁଷ୍ଠିତ
ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ ): ଚିକିଟି ବ୍ଲକ କୃଷ୍ଣପୁର ମା ମୁକ୍ତାଦେବୀ ଙ୍କ ଠାକୁରାଣୀ ଯାତ୍ରା ପଞ୍ଚମ ଦିନ ରେ ପହଞ୍ଚି ଯାଇଛି। ଲୋକ ଗୀତ,ଲୋକ ନୃତ୍ୟ ର ଆସର ସାଙ୍ଗକୁ ପାରମ୍ପରିକ ରାତ୍ରି ପଟୁଆର ବେଶ ମନୋରଞ୍ଜନ ର ଖୋରାକ ଯୋଗେଇଛି.ପ୍ରତ୍ୟକ ଦିନ ମାଙ୍କ ନଗର ପରିକ୍ରମା ରେ ଶହ ଶହ ଭକ୍ତ ଙ୍କ ସମାବେଶ ରେ ଗାଁ ଆଧ୍ୟାତ୍ମିକମୟ ପରିବେଶ ହୋଇ ଉଠିଛି। ବିଗତ ବୁଧବାର ମା ଙ୍କ ଆଜ୍ଞା ପାଇ ବିରାଟ ପଟୁଆର ରେ ତାଳ,ସଂକୀର୍ତନ ବଜେଇ ଅସ୍ଥାୟୀ ମନ୍ଦିର କୁ ଆବାହନ କରାଯାଇଛି.ତା ପରଠାରୁ ଦୂର ଦୁରାନ୍ତ ରେ ଥିବା ଗ୍ରାମବାସୀ.ବନ୍ଧୁ ବାନ୍ଧବ,ଅଞ୍ଚଳ ବାସି ଙ୍କ ମେଳ ରେ ଭିନ୍ନ ଭିନ୍ନ ପଟୁଆର ଯୋଗେ ଗ୍ରାମ୍ୟ ପରିକ୍ରମା ହେଉଛି. ବିଶେଷ କରି ହଂସ ବାହାନ,ମୟୁର ବାହାନ,ନାଗା,ଅଷ୍ଟ ଚଣ୍ଡୀ,ଦଶ ଅବତାର,ଉତ୍ତରକାଳି ଦକ୍ଷିଣକାଳି,ଖଜା ଖାଇ ବଜାର ବୁଲି,ବାଘ,ଡାହାଣୀ,ବିଭିନ୍ନ କାର୍ଟୁନ,ତାଡକା ଅସୁରୁଣୀବଦ୍ଧ କୁ ବିନା ଡାଇଲଗ ରେ ଅଭିନୟ ପୂର୍ବକ ପରିକ୍ରମା ସମୟରେ ଗାଁ ସାରା ପରିବେଷଣ କରାଯାଉଛି.ଯାହା ଏହି ଯାତ୍ରା ର ମୁଖ୍ୟ ଆକର୍ଷଣ ସାଜିଥିବା ବେଳେ ଆଞ୍ଚଳିକ ଲୋକ ନୃତ୍ୟ ଲୋକାଭିମୁଖୀ ହୋଇପାରୁଛି। ଲୋକଙ୍କ ମନୋରଞ୍ଜନ ପାଇଁ ପ୍ରହଲ୍ଲାଦ ନାଟକ.ଭାରତ ଲୀଳା.ନୟାଗଡ ଅଞ୍ଚଳ ର ନାଟକ ନବରଙ୍ଗୀ ,ତଥା ଦିବଂଗତ ନାଟ୍ୟ ନିର୍ଦ୍ଧେଶକ ଦୁର୍ଗା ରାଉଳ ଙ୍କ ସ୍ମୁତି ଉଦ୍ଧେଶ୍ୟ ରେ ସ୍ଵପ୍ନେଶ୍ଵର ପ୍ରଧାନ ଙ୍କ ନିର୍ଦ୍ଧେଶୀତ ନାଟକ ଅଲକ୍ଷଣି ଓ ଦରିଆ କୁଳ ର ଦରଦୀ ବନ୍ଧୁ ନାଟ୍ୟ ପ୍ରେମୀ ଙ୍କ ପାଇଁ ଉତ୍ସର୍ଗୀ କୃତ କରାଯିବ.ଏତଦ ବ୍ୟତୀତ ତରଙ୍ଗା ୟିତ ଆଲୋକ ମାଳା ସାଙ୍ଗକୁ ଅଦ୍ଭୁତ ପୂର୍ବ ସାଜସଜ୍ଜା ଓ ମା ଙ୍କ ଦର୍ଶନ ପାଇଁ ଭକ୍ତ ଙ୍କ ସୁଅ ଛୁଟି ବାରେ ଲାଗିଛି।


