ବିଶ୍ୱ ରେଡ କ୍ରସ ଦିବସ

ବୁଗୁଡା(ଅନୀଲ କୁମାର ମହାରଣା) : ମଇ ୦୮ ତାରିଖକୁ ବିଭିନ୍ନ ଦେଶରେ ବିଶ୍ୱ ରେଡ କ୍ରସ ଦିବସ ଭାବେ ପାଳନ କରାଯାଉଅଛି। ସେହିପରି ୦୮/୫/୨୬ ତାରିଖ ଦିନ ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲସ କଲେଜର ଯୁବ ରେଡ କ୍ରସ ୟୁନିଟ ପକ୍ଷରୁ ବିଶ୍ୱ ରେଡ କ୍ରସ ଦିବସ ପାଳନ ହୋଇଯାଇଛି। ଯୁବ ରେଡ କ୍ରସ ଉପଦେଷ୍ଟା ଅଧ୍ୟାପକ ପବିତ୍ର ଖଣ୍ଡୁଆଳଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜର ଭାଇସ-ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କାଇଥିଲେ ଓ ଅଧ୍ୟାପକ ଲୋକନାଥ ବେହେରା ଅତିଥି ଭାବେ ଯୋଗଦେଇଥିଲେ। ଶ୍ରୀ ନାୟକ ଓ ଶ୍ରୀ ବେହେରା ରେଡ କ୍ରସ ଦିବସ ପାଳନର ମୌଳିକ ଆଦର୍ଶ ଓ ଆବଶ୍ୟକତା ବିଷୟରେ ଯୁବ ସ୍ୱେଚ୍ଛାସେବୀ ବୃନ୍ଦଙ୍କୁ ପରାମର୍ଶ ଦେଇଥିଲେ। ଯୁବ ରେଡ କ୍ରସ ର ଉପଦେଷ୍ଟା ଶ୍ରୀ ଖଣ୍ଡୁଆଳ ରେଡ କ୍ରସ ର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟ ଙ୍କ ଜୀବନୀ, ଆଦର୍ଶ ଓ ଯୁଦ୍ଧରେ ପୀଡିତଙ୍କ ସେବା ବିଷୟରେ ଉଲ୍ଲେଖ କରିବା ସହ ରେଡ କ୍ରସ ର ସୃଷ୍ଟି ଓ ସାତଟି ଆଦର୍ଶ ବିଷୟରେ ପ୍ରକାଶ କରି ସ୍ୱେଚ୍ଛାସେବୀ ବୃନ୍ଦ ବିଶ୍ୱର ବିଭିନ୍ନ ଯୁଦ୍ଧ ଏବଂ ବନ୍ୟା ଓ ବାତ୍ୟା ପ୍ରଭୃତି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଃସ୍ୱାର୍ଥପର ସେବା ଯୋଗାଇବାକୁ ଆହ୍ୱାନ ଦେଇଥିଲେ। ଶେଷରେ ସ୍ୱେଚ୍ଛାସେବୀ ଛାତ୍ରୀ ଶ୍ରଦ୍ଧାଞ୍ଜଳି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ