ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
କୋରାପୁଟ, (ହେମନ୍ତ ପାଣିଗ୍ରାହୀ): ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଧେଶକ୍ରମେ ଆଜି (ଶନିବାର) ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧକ୍ଷ ଶ୍ରୀ ପ୍ରଦୀପ କୁମାର ମହନ୍ତଙ୍କ ତତ୍ବାବଧାନରେ ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଜୟପୁର ସମେତ କୋରାପୁଟ, କୋଟପାଡ, ବୋରିଗୁମ୍ମା, ସେମିଲିଗୁଡା, ଦଶମନ୍ତପୁର, ଲମତାପୁଟ ଏବଂ ଲକ୍ଷ୍ମୀପୁରରେ ଥିବା ସମସ୍ତ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସମସ୍ତ ପ୍ରକାରର ବିଚାରାଧିନ ମକଦ୍ଦମା ଯଥା ଦେୱାନୀ, ଫୌଜଦାରୀ (ସାଲିସ ଯୋଗ୍ୟ ) ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ , ବ୍ୟାଙ୍କ ଋଣ , ବିଦ୍ୟୁତ ଓ ଜଳ ଯୋଗାଣ , ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ଓ ନିଯୁକ୍ତି ବିବାଦ, ଟ୍ରାଫିକ୍ ଚାଲାଣ, ଚେକ ବାଉନ୍ସ, ରାଜସ୍ୱ, ଖାଉଟି ବିବାଦ,ଜମି ଅଧିଗ୍ରହଣ, ବି ଏସ ଏନ ଏଲ ଚାକିରି ସମନ୍ଧୀୟ ମାମଲା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇଥିଲା। କେବଳ ବିଚାରାଧିନ ମକଦ୍ଦମା ବ୍ୟତୀତ , ପ୍ରାକ-ମକଦ୍ଦମା ସ୍ତରୀୟ ବିବାଦର ମଧ୍ୟ ଲୋକ ଅଦାଲତରେ ସମାଧାନ କରାଯାଇଥିଲା । ଉକ୍ତ ଅଦାଲତରେ ଜିଲ୍ଲା ଦୌରା ଜଜ କୋରାପୁଟ ଶ୍ରୀ ପ୍ରଦୀପ କୁମାର ମହନ୍ତ, ପରିବାର ଅଦାଲତ ବିଚାରପତି ଶ୍ରୀ ନିଶିଥ୍ ନିଶାଙ୍କ, ବରିଷ୍ଠ ଦେବାନି ବିଚାରପତି ଶ୍ରୀ ସ୍ଵୟଂ ପ୍ରକାଶ ଦାସ, ମହିଳା ଅଦାଲତ ବିଚାରପତି ତଥା ଭାରପ୍ରାପ୍ତ ସଚିବ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ବିଚାରପତି ଶ୍ରୀମତୀ ଅଳକନନ୍ଦା ମହାନ୍ତି, ରେଜିଷ୍ଠ୍ରାର ସିଭିଲ୍ କୋର୍ଟ ଜୟପୁର, ଶ୍ରୀ ମତୀ ମଧୁସ୍ମିତା ଜେନା, ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକରି ଶ୍ରୀମତୀ ସୁମିତ୍ରା କୁମାରୀ ଦାସ, ପ୍ରଥମ ଶ୍ରେଣୀ ବିଚାର ବିଭାଗ ଦଣ୍ଡାଧିକାରି ଶ୍ରୀ ହରମୋହନ ଦାସ ଓ ଜିଲ୍ଲାର ବିଭିନ୍ନ ରାଜସ୍ବ ଅଧିକାରୀ, ବ୍ୟାଙ୍କ ବି.ଏସ.ଏନ.ଏଲ, ପରିବହନ ଅଧିକାରୀ, ବିଦ୍ୟୁତ ବିଭାଗ, ବୀମା କମ୍ପାନୀ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ପୃଥକ ପୃଥକ ଭାବେ କୋର୍ଟ କରି ବିଭିନ୍ନ ବିଚାରଧିନ ମାମଲା ଓ ପ୍ରାକ୍ ମୋକଦ୍ଦମା ଗୁଡିକର ଫୈଇସଲା କରିଥିଲେ। ଆଇନଜୀବି ଶ୍ରୀ ଶଶାନନ୍ଦ ମିଶ୍ର, ସୁଶ୍ରୀ ମନଜମାଳା ଦିନବନ୍ଧୁ, ଶ୍ରୀ ଆନନ୍ଦ ରଥ, ଶ୍ରୀ ନବୀନ ଚନ୍ଦ୍ର ସାହୁ, ଶ୍ରୀମତୀ ମାୟା ବାଲିରାମ ଜଗଦଲେ, ଶ୍ରୀ ବୋଳାନାଥ ପଟ୍ଟନାୟକ, ଶ୍ରୀ ରାଜେନ୍ଦ୍ର କୁମାର ଗୌଡ, ଶ୍ରୀମତୀ ନଳୀନି କୁମାରୀ ପଟ୍ଟନାୟକ ପ୍ରମୁଖ ଲୋକଅଦାଲତ ବେଞ୍ଚ୍ ମାନଙ୍କରେ ସହଯୋଗ କରିଥିଲେ। ଏଥିରେ ସର୍ବ ମୋଟ ବିଚାରାଧିନ ମକଦ୍ଦମା ମାମଲା ୮୪୭୯ ମଧ୍ୟରୁ ୭୯୩୪ଟି ମାମଲାର ଫୈସଲା କରାଯାଇ ୨୯୧୪୬୦୧୦ ଟଙ୍କା ସମାଧାନ ରାଶି ଧାର୍ଯ୍ୟ କରାଯାଇଥିଲା ସେହିପରି ୩୫୩୪ ପ୍ରାକ୍ ମକଦ୍ଦମା ମାମଲା ମଧ୍ୟରୁ ୩୩୫ ମାମଲା ର ଫୈସଲା କରାଯାଇ ୧୫୨୬୮୧୨୧ ଟଙ୍କା ସମାଧାନ ରାଶି ଧାର୍ଯ୍ୟ କରାଯାଇଥିଲା। ଏହି ଲୋକ ଅଦାଲତରେ ଜୟପୁର ଆଇନଜୀବି ସଂଘ ସଦସ୍ୟ, ପୋଲିସ୍ କର୍ମଚାରୀ, କୋର୍ଟ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ମକର୍ତ୍ତା ଲୋକଅଦାଲୋତ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନ କରିବାରେ ସହଯୋଗ କରିଥିଲେ।


