ଶିଶୁ ବିଦ୍ୟା ମନ୍ଦିରରେ ସ୍ମୃତି ଚାରଣ ସଭା
ପୋଲସରା (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ସ୍ଥିତ ମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରତିଷ୍ଠାତା ତଥା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଓ ପୋଲସରାର ପୂର୍ବତନ ବିଧାୟକ ଓ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ପିତା ସ୍ବର୍ଗତ ଗଙ୍ଗାଧର ସାହୁଙ୍କ ଦ୍ଵାଦଶହ ଉପଲକ୍ଷେ ଶିଶୁ ବିଦ୍ୟା ମନ୍ଦିରରେ ଏକ ସ୍ମୃତି ଚାରଣ ସଭା ବିଦ୍ୟାଳୟ ପରିଚାଳନା କମିଟିର ଉପ ସଭାପତି ସନ୍ତୋଷ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ୧୧-୫-୨୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି।ସମ୍ପାଦକ ସନ୍ତୋଷ କୁମାର ମହାରଣା, କୋଷାଧ୍ୟକ୍ଷ କୁମୁଦ ଚନ୍ଦ୍ର ଦାଶ ଓ ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ନନ୍ଦଙ୍କ ସମେତ ସମସ୍ତ ଗୁରୁମା ,ମାଉସୀ ମା ଓ ବାହନ ଚାଳକ ଭାଇ ମାନେ ଉପସ୍ଥିତ ରହି ସ୍ବର୍ଗତ ସାହୁଙ୍କ ତୈଳଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ, ନୀରବ ପ୍ରାର୍ଥନା କରି ଗୁଣଗାନ ପୂର୍ବକ ସ୍ମୃତି ଚାରଣ କରିବା ସଙ୍ଗେ ସଙ୍ଗେ ଦିବଂଗତ ଆତ୍ମାର ସଦଗତି ପାଇଁ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରିଥିଲେ।


