ଅବହେଳିତ ଅବସ୍ଥାରେ ରୋହିଣୀ କୁଣ୍ଡ ମଠ
ଅସ୍ତରଙ୍ଗ/କାକଟପୁର,(ଶୁଭାଶିଷ ଖଣ୍ଡୁଆଳ): ପୃଣ୍ଣତ୍ୱୟା ପ୍ରାଚୀ ନଦୀ କୂଳରେ ବହୁ ମୁନି ଋଷିମାନଙ୍କର ଆଶ୍ରମ ଓ ମଠ ରହିଅଛି । ସେଥି ମଧ୍ୟରୁ ଏବେ ଧ୍ବଂସାଭିମୁଖୀ ପୁରୀ ଜିଲ୍ଲାର କାକଟପୁର ବଲରା ଗ୍ରାମ ନିକଟରେ ଥିବା ବହୁ ପ୍ରାଚୀନ ରୋହିଣୀ କୁଣ୍ଡ ମଠ । ମୁଖ୍ୟ ରାସ୍ତା ରୁ ମଠ ପର୍ଯ୍ୟନ୍ତ ଭଲ ରାସ୍ତା ଟିଏ ନାହିଁ। ଅବହେଳିତ ଅବସ୍ଥାରେ ପଡ଼ିରହିଛି ରୋହିଣୀ କୁଣ୍ଡ ମଠ । କେବେ ପଡିବ ସରକାରଙ୍କ ଦୃଷ୍ଟି । ନିମାପଡ଼ାରୁ କାକଟପୁର ମୁଖ୍ୟ ରାସ୍ତାର ବଲରା ଗ୍ରାମ ନିକଟରୁ ଏକ କିଲୋମିଟର ଦକ୍ଷିଣ ଦିଗକୁ ଗଲେ ପ୍ରାଚୀ ନଦୀ କୂଳରେ ରହିଛି ରୋହିଣୀ କୁଣ୍ଡ ମଠ। କିମ୍ବଦନ୍ତୀ ଅନୁଶାରେ ଏହି ମଠ ଟି ପୁରୀର ହାତୀ ଆଖଡା ମଠର ଏକ ଅଂଶ । ଏହି ମଠରେ ପୂଜା ପାଉଛନ୍ତି ଜଗନ୍ନାଥ ବଳଭଦ୍ର । କାଞ୍ଚି ଅଭିଯାନସମୟରେ ,ଜଗନ୍ନାଥ,ବଳଭଦ୍ର ଦୁଇ ଠାକୁର ୧୨ ହାତ ଖଣ୍ଡା ଧରି ଧଳା କଳା ଘୋଡ଼ାରେ ଯିବାର ମୁର୍ତ୍ତି ଦେଖିବାକୁ ମିଳିଥିବା ବେଳେ ମା ଲଷ୍ମୀ ମଧ୍ୟ ପୂଜା ପାଇଥାନ୍ତି ଏହି ମଠରେ । ମଠ ମଧ୍ୟରେ ମଠ ମହନ୍ତଙ୍କ ମୂର୍ତ୍ତି ସହିତ ବହୁ ପୁରାତନ ପଥର ମୂର୍ତ୍ତି ମଠ ପରିସରେ ଦେଖିବା ପାଇଁ ମିଳେ । ମଠ କୁ ଲାଗିକରି ରହିଛି ରୋହିଣୀ କୁଣ୍ଡ ପୋଖରୀ । କିମ୍ବଦନ୍ତୀ ଅନୁସାରେ ତାରକା ଅଶୁରକୁ ବଧ କରିବା ପାଇଁ ଗୌଉତ୍ତମ ରୁଷି ହିଁ ତ୍ରେତୟା ଯୁଗରେ ଏହି ସ୍ଥାନକୁ ପ୍ରଥମେ ଆସିଥିଲେ ଏହି ପୋଖରୀରେ ସ୍ନାନ କରିବା ପରେ ଯଜ୍ଞ ଆରମ୍ଭ କରିଥିଲେ ।ବିଶ୍ୱାସ ରହିଛି ଏହି କୁଣ୍ଡରେ ବୁଡ଼ ପକାଇଲେ ବହୁ ଦୂରାରୋଗ୍ୟରୁ ମୁକ୍ତି ମିଳିଥାଏ ବୋଲି ପ୍ରାଚୀ ଗବେଷକ ପଣ୍ଡିତ ତ୍ରିଲୋଚନ ମିଶ୍ର ଓ ମଠ ମହନ୍ତ ସୁରେନ୍ଦ୍ର ଦାଶ କହିଛନ୍ତି । ରକ୍ଷଣାବେକ୍ଷଣ ନହେବାରୁ ଅବହେଳିତ ଅବସ୍ଥାରେ ରୋହିଣୀ କୁଣ୍ଡ ମଠ । ଯିବାପାଇଁ ଭଲ ରାସ୍ତାଟିଏ ନଥିବା ବେଳେ ପିଇବା ପାଣିର ସୁବିଧା ନାହିଁ ବୋଲି ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ମାନେ କହିଛନ୍ତି, ପୁରାତନ ମଠ ଉପରେ କେବେ ପଡିବ ସରକାରଙ୍କ ନଜର ଏ ସମ୍ପର୍କରେ କାକଟପୁର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଜଣାଇବା ପରେ ମଣ୍ଡଳ ଅଧିକାରୀ ନାରାୟଣ ଦୀକ୍ଷିତ କହିଛନ୍ତି ଖୁବଶୀଘ୍ର ଏକ ନୂଆ ପ୍ରୋଜେକ୍ଟ ମାଧ୍ୟମରେ ନୂତନ ରାସ୍ତା କରାଯିବା ସହ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରାଯିବ । ତେବେ ସରକାରଙ୍କ ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରା ଏହି ଐତିହାସିକ ପୀଠର ଗବେଷଣା କରାଗଲେ ସମସ୍ତ ତଥ୍ୟ ମିଳିପାରନ୍ତା । ତେବେ ଏହି ସର୍ଵ ପୁରତ୍ତନ ମଠ ଆଜିବି ଅବହେଳିତ ଅବସ୍ଥାରେ ରହିଛି ।ସରକାରଙ୍କ ଦ୍ୱାରା ଏହି ମଠର ପୁନଃରୁଦ୍ଧାର ହେଲେ ଓଡ଼ିଶାର ଏହି ସ୍ଥାନ ପର୍ଯ୍ୟଟନସ୍ଥଳୀ ହୋଇପାରନ୍ତା ବୋଲି ସ୍ଥାନୀୟ ବାସୀନ୍ଧା ଦାବି କରିଛନ୍ତି ।


